Advertisement
Photo Details/zeeodisha/odisha2377044
photoDetails0hindi

Career Horoscope Today: ଏହି ୫ ରାଶିର ଲୋକେ ରହନ୍ତୁ ସତର୍କ, କର୍ମକ୍ଷେତ୍ରରେ ଦେଖାଦେଇପାର ବିବାଦ!

Career Horoscope Today: ଆଜି ଅଗଷ୍ଟ ୧୦ ହେଉଛି ଶନିବାର। ରବିଯୋଗ ଓ ଶନିଦେବଙ୍କ କୃପାରୁ ଆଜି କର୍କଟ କୁମ୍ଭଙ୍କ ସମତେ ଚମକିବ ୫ ରାଶିଙ୍କ ଭାଗ୍ୟ। ଏହି ରାଶିର ଲୋକମାନେ ସାଧାରଣତଃ କର୍ମକ୍ଷେତ୍ରରେ ଶୁଭଫଳ ପାଇବା ସହ ବ୍ୟବସାୟରେ ଅଗ୍ରଗତି କରିବେ। ତେବେ, ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଆଜି କର୍ମକ୍ଷେତ୍ରରେ କିଭଳି ରହିବ। 

 

1/12

ମେଷ:  ଶନି ଓ ରବିଯୋଗ ପ୍ରଭାବରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିବ। କର୍ମକ୍ଷେତ୍ରରେ ମାହୋଲ୍ ଭଲ ରହିବ। ଆଜି ନୂତନ ସମ୍ପତ୍ତି କ୍ରୟ କରିବାର ଯୋଗ ରହିଛି । ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ ଲାଗୁ କରିବେ।  ଦିର୍ଘ ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ମନ ଖୁସି ରହିବ। ନିଜ ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବିଳମ୍ବିତ ରାତିରେ କୌଣସି ପ୍ରକାର ଭଲ ଖବର ପାଇବେ। 

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କୁ ମିଳିବ ଖୁସି ଖବର ସହ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଶୁଭଫଳ ସହ...

 

2/12

ବୃଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନ୍ୟନ୍ତ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଙ୍କ ପ୍ରଂଶସାର ପାତ୍ର ହେବେ। ପଦୋନ୍ନତି ଭଳି ଭଲ ଖବର ପାଇ ପାରନ୍ତି । କିନ୍ତୁ କର୍ମକ୍ଷେତ୍ରରେ ଆଜି ଅଧିକ ଚାପ ରହିବ। ଯାହାକୁ ନେଇ ଆପଣ ଟେନସନରେ ରହିବେ। ବ୍ୟବସାୟୀମାନଙ୍କ ପାଇଁ ବି ଦିନଟି ଭଲ ରହିବ। ଯଦି ଆପଣ ଆଜି ବ୍ୟବସାୟରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, କରନ୍ତୁ ଏଥିରୁ ପ୍ରଚୁର ପରିମାଣରେ ଲାଭ ପାଇବେ। ଗାଡି଼ ଚଳାଇବା ସମୟରେ ସତର୍କ ରୁହନ୍ତୁ। 

3/12

ମିଥୁନ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ମିଶ୍ରିତ ଫଳ ମିଳିବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କଲେ ଶୁଭଫଳ ମିଳିବ। କୌଣସି ଅଯଥା ବିବାଦରୁ ନିଜକୁ ସତର୍କ ରଖନ୍ତୁ। ନଚେତ୍ ଆଇନ କାନୁନ୍ ଜାଲରେ ଫସି ପାରନ୍ତି। ଯଦି କୌଣସି ସ୍ଥାନରେ ଟଙ୍କା ଫସିକି ରହିଛି । ଆଜି ତାହା ମିଳିବ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଭେଟ ହୋଇପାରେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

 

4/12

କର୍କଟ:  କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ବାକି ପଡିଥିବା କାର୍ଯ୍ୟକୁ ଆଜି ଶେଷ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ପାଇବେ।  ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ଆୟ ଅଧିକ ହେଲେ ମଧ୍ୟ ବ୍ୟୟ ବଢିବ। ଶତ୍ରୃମାନେ କରିଥିବା ଷଡଯନ୍ତ୍ରକୁ ପଣ୍ତ କରିବେ। ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ସାହାର୍ଯ୍ୟ କରିବେ । ପ୍ରେମୀମାନଙ୍କ ମଧ୍ୟ ସମୟ ଭଲ ରହିବ। 

5/12

ସିଂହ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଖରାପ ରହିବ। କର୍ମକ୍ଷେତ୍ରରେ ଅଯଥା ବିବାଦରେ ଫସି ପାରନ୍ତି। ସରକର୍ମୀଙ୍କ ଚକ୍ରାନ୍ତର ଶୀକାର ହୋଇପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବରିଷ୍ଠ ଅଧିକାରୀଙ୍କ ସହ ସାମାନ୍ୟ କଥାକୁ ନେଇ ବଚସା ହୋଇପାରେ। ବ୍ୟବସାୟୀମାନେ ଆଜି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଶତ୍ରୃମାନଙ୍କ ଷଡଯନ୍ତ୍ରରେ ଫସି ପାରନ୍ତି। ତେଣୁ ସତର୍କ ରହିବା ଜରୁରୀ। 

 

6/12

କନ୍ୟା:  ଦିର୍ଘ ଦିନଧରି କାର୍ଯ୍ୟଳୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ଆନନ୍ଦିତ ରହିବ। ପରିବାର ଠାରୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ପାଇବେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିଲେ ଅନେକ ସମସ୍ୟାର ସମାଧାନ ହେବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି। 

 

7/12

ତୁଳା: କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖାସ୍ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ଅବିବାହିତଙ୍କ ପାଇଁ ଆଜି ଘରକୁ କୌଣସି ସ୍ଥାନରୁ ବିବାହ ପ୍ରସ୍ତାବ ଆସିପାରେ। ସଂନ୍ଧ୍ୟା ସମୟରେ ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। 

 

8/12

ବିଛା: ଦିନଟି ମଉଜ ମଜଲିସ୍ ରେ କଟିବ। କୌଣସି ଅଫିସ୍ ଟୁର୍ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।  ଦୂରଯାତ୍ରା ସଫଳ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଶତ୍ରୃମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ। ନିଜ ସାଥୀଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି।  ବ୍ୟବସାୟୀମାନେ କୌଣସି ସ୍ଥାନରୁ ବିପୁଳ ପରିମାଣରେ ଅର୍ଥ ପାଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ସନ୍ଧ୍ୟା ସମୟରେ କୌଣସି ଏକ ପାର୍ଟି କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।  

 

9/12

ଧନୁ: ଦିର୍ଘ ଦିନର ଆଶା ପୂରଣ ହେବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବେକାରୀମାନଙ୍କୁ ଭଲ ନିଯୁକ୍ତି ଅଫର ମିଳିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି । ଦଳ ପକ୍ଷରୁ କୌଣସି ବଡ଼ ପଦବୀ ମିଳିପାରେ। ଶୁଭକାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ। ପୁରୁଣା ବନ୍ଧୁଙ୍କ  ସହ ଭେଟ ହୋଇପାରେ। ଆୟ ଠାରୁ ବ୍ୟୟ ଯଥେଷ୍ଟ ଅଧିକ ରହିବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଅଧିକ ଅନୁକୂଳ ରହିବ। ପଦୋନ୍ନତି ହେବାର ଖବର ମିଳିପାରେ। 

10/12

ମକର:  ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହୁଅନ୍ତୁ । ବିନ କାରଣରେ କାହାକୁ ଅଯଥା ପରାମର୍ଶ ଦିଅନ୍ତୁ ନାହିଁ। କାର୍ଯ୍ୟଭାର ଅଧିକ ଥିବାରୁ ଚିନ୍ତିତ ରହିବେ। ମନକୁ ଯଥା ସମ୍ଭବ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ। ବ୍ୟବସାୟୀମାନେ ପାର୍ଟନରସିପରେ ଧୋକା ପାଇପାରନ୍ତି। ସାଥୀ ହୋଇ କରୁଥିବା ବ୍ୟବସାୟ ବାଣିଜ୍ୟରେ କ୍ଷତି ସହିବେ। କୌଣସି ପ୍ରକାର ବଡ଼ ଡିଲ୍ ଫାଇନାଲ କରନ୍ତୁ ନାହିଁ। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ।  ଧୌର୍ଯ୍ୟର ସହକାରେ ସମସ୍ତ ପରିସ୍ଥିତିର ମୁକାବିଲା କରନ୍ତୁ। 

 

11/12

କୁମ୍ଭ:   ଆଜି ଏହି ରାଶିରେ ବ୍ୟକ୍ତି ବିଶେଷ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସହକର୍ମୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ। ସଂନ୍ଧ୍ୟା ସମୟରେ ନିଜ ସାଙ୍ଗମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। 

 

12/12

ମୀନ: ଶନିଦେବ ଓ ରବିଯୋଗ ପ୍ରଭାବରୁ ଆଜିର ଦିନଟି ଅତ୍ୟନ୍ତ ଅନୁକୂଳ ରହିବ। କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପାରିବାରିକ ଜୀବନ ସୁଖମୟ ହେବ। ପୁରୁଣାରୋଗରୁ ସୁସ୍ଥତା ଲାଭ କରିବେ। ଗୁରୁଜନଙ୍କ ଠାରୁ ପରାମର୍ଶ ନେଇ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରନ୍ତୁ। ଗାଡି଼ ଚାଳନା ସମୟରେ ସତର୍କ ରୁହନ୍ତୁ। ଅବିବାହିତମାନେ ନିଜ ପ୍ରେମ ସମ୍ପର୍କକୁ ନେଇ ଚିନ୍ତିତ ରହିବେ।  ନିଜ ସାଥୀଙ୍କ ସହ ବିବାଦ ଦେଖାଦେଇପାରେ। ବ୍ୟବସାୟୀମାନେ ଆଜି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)