Odisha News: ପାରାଦୀପ ବିଜେଡି ଦଳରେ ଫାଟ। ବିଜେଡି ଦଳ ତରଫରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ତାହା ଦେଖିବାକୁ ମିଳିଛି। ବିଜେଡି ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ରୁ ଆରମ୍ଭ ହୋଇଛି ପଦଯାତ୍ରା। ଏହି ପଦଯାତ୍ରା ମାଧ୍ୟମରେ ଜନ ସାଧାରଣ ଙ୍କୁ ବିଜେଡି ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟ ରେ ପଦଯାତ୍ରା ଆରମ୍ଭ ହୋଇଛି। ତେବେ ପାରାଦୀପ ରେ ବିଜେଡି ଦଳ ମଧ୍ୟରେ ଦେଖିବାକୁ ମିଳିଛି ଫାଟ। 


COMMERCIAL BREAK
SCROLL TO CONTINUE READING

ସକାଳ ୯ଟା ସମୟରେ ପାରାଦୀପ ପୌରାଧ୍ୟକ୍ଷ ତଥା ପାରାଦୀପ ନଗର ସଭାପତି ବସନ୍ତ ବିଶ୍ବାଳଙ୍କ ନେତୃତ୍ୱରେ ଶତାଧିକ ଲୋକ ଜନସଂପର୍କ ପଦଯାତ୍ରା ଅଭିଯାନରେ ସାମିଲ ହୋଇ ଏଡିଏମ୍ ଅଫିସ ନିକଟ ଗାନ୍ଧୀ ମୂର୍ତ୍ତି ନିକଟରୁ ମଧୁବନ ଶିବ ମନ୍ଦିର ନିକଟରେ ପହଞ୍ଚି ଥିବା ବେଳେ ସେହିପରି ଅପରାହ୍ନ ୪ଟା ସମୟ ପରେ ବିଧାୟିକା ପାର୍ଥିନୀ ଗିତାଞ୍ଜଳୀ ରାଉତରାୟ ଙ୍କ ନେତୃତ୍ୱରେ ମଧୁବନ ସ୍ଥିତ ବୃନ୍ଦାବନ କଲୋନୀ ଶିବମନ୍ଦିର ନିକଟରୁ ଶତାଧିକ ଲୋକ ପଦଯାତ୍ରାରେ ସାମିଲ ହୋଇ ପାରାଦୀପ ଏଡିଏମ୍ ଅଫିସ ନିକଟ ଗାନ୍ଧୀ ମୂର୍ତ୍ତି ନିକଟରେ ପହଞ୍ଚି ସଭାରେ ଯୋଗ ଦେଇଥିଲେ। ଏ-ହି ପଦଯାତ୍ରାରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ସାଂସଦ ଡ.ରାଜଶ୍ରୀ ମଲ୍ଲିକ, ନାରୀନେତ୍ରୀ ସବିତା ମହପାତ୍ର, ଶ୍ରମିକନେତା ବାପି ସର୍ଖେଲଙ୍କ ସମେତ ବହୁ ନେତୃ ମଣ୍ତଳୀ ଓ ବିଜେଡି କର୍ମୀ ସାମିଲ ହୋଇଥିଲେ। 



ତେବେ ପାରାଦୀପରେ ଗୋଟିଏ ଦିନରେ ଦୁଇ ଦୁଇଥର ଦୁଇଜଣଙ୍କ ନେତୃତ୍ୱରେ ଜନସଂପର୍କ ପଦଯାତ୍ରା ଦଳରେ ବିଭେଦ ଥିବା ଜନସାଧାରଣଙ୍କୁ ସୂଚାଇ ଦେଇଥିବା ଦେଖିବାକୁ ମିଳିଛି। ଏ-ହି ପଦଯାତ୍ରା ଅଭିଯାନ ମାଧ୍ୟମରେ ଦଳର ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଯାଉଥିବା ବେଳେ ପୃଥକ ପୃଥକ ଭାବେ ଏହି ପଦଯାତ୍ରା ପାରାଦୀପ ରେ ବିଜେଡି ଦଳ ମଧ୍ୟରେ ଫାଟଥିବା ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।