Raksha Bandhan and Jhulan Yatra at Srimandir: ଅଗଷ୍ଟ ୨୬ ତାରିଖ ଶନିବାର ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ। ଏହି ଯାତ୍ରା ୭ ଦିନ ଧରି ଚାଲିବ। ଶନିବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ଶ୍ରୀମଦନ ମୋହନ, ଭୂଦେବୀ ଏବଂ ଶ୍ରୀଦେବୀଙ୍କ ସହ ମୁକ୍ତିମଣ୍ଡପରେ ପ୍ରସ୍ତୁତ ଝୁଲଣ କୁଞ୍ଜକୁ ବିଜେ କରିବେ। ଏନେଇ ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ ହୋଇଥିବା ଝୁଲଣ କୁଞ୍ଜରେ ପ୍ରଭୁ ଶ୍ରୀମଦନ ମୋହନ ପ୍ରବୃତ ରାସ କରିବେ। ଯାହାକୁ ଶରତ କାଳୀନ ରାସ ବୋଲି ମଧ୍ୟ କୁହାଯାଏ। 


COMMERCIAL BREAK
SCROLL TO CONTINUE READING

କେବଳ ଶ୍ରୀମନ୍ଦିର (Srimandir) ନୁହେଁ ଶ୍ରୀମନ୍ଦିର ସହ ଜଡ଼ିତ ରହିଥିବା ମଠମନ୍ଦିର ତଥା ଶ୍ରୀକ୍ଷେତ୍ରର (Srikhetra Puri) ବିଭିନ୍ନ ଘରେ ମଧ୍ୟ ଏହି ଝୁଲଣ ଦେଖିବାକୁ ମିଳିଥାଏ। ପ୍ରାୟତଃ ଏକ ମାସ ପୂର୍ବରୁ କାରିଗର ଶୁଦ୍ଧ ପୂତ ଭାବେ ଏହି ଝୁଲଣ ନିର୍ମାଣ କରିଥାନ୍ତି। ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଜରି, ଜମ୍ବୁରା, ସୋଲ, ରଙ୍ଗ, ନୂତନ ବସ୍ତ୍ର ବ୍ୟବହାର କରାଯାଇଥାଏ। ଝୁଲଣ କୁଞ୍ଜରେ କେବଳ ଦେବାଦେବୀ ନୁହଁନ୍ତି ସକ୍ଷୀ, ପଶୁପକ୍ଷୀ ତଥା ବିଭିନ୍ନ ଗଛଲତା ସହ ସୁବାସିତ ଫୁଲ, ଫଳମୂଳକୁ ମଧ୍ୟ ସ୍ଥାନ ଦିଆଯାଇଥାଏ।


ଆସନ୍ତା ୩୧ ତାରିଖ ଗୁରୁବାର ସମ୍ପନ୍ନ ହେବ ପବିତ୍ର ରକ୍ଷାବନ୍ଧନ (Raksha Bandhan), ରାକ୍ଷୀ ପୂର୍ଣ୍ଣିମା (Rakhi Purnima) ସହ ବଳଭଦ୍ରଙ୍କ (Lord Balabhadra Birthday) ଜନ୍ମଦିନ। ପରମ୍ପରା ଆଧାରରେ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ରାକ୍ଷୀ ପୂର୍ଣ୍ଣିମା ନୀତି (Rakhi Purnima Rituals at Srimandir)। ମହାପ୍ରଭୁ ଦୁଇ ହସ୍ତରେ ପିନ୍ଧିବେ ବିଶ୍ୱର ସର୍ବବୃହତ ରାକ୍ଷୀ (Biggest Rakhi of World)। ଦେବୀ ସୁଭଦ୍ରା ଦୁଇଭାଇଙ୍କ ଦୁଇ ହସ୍ତରେ ଏହି ସର୍ବବୃହତ ରାକ୍ଷୀ ବାନ୍ଧି ଉଭୟ ଭାଇଙ୍କ ମଙ୍ଗଳ ମନାସିବେ। ଏହା ସହିତ ୫୫ ଗୁଆ ଏବଂ ପାଟ ଲୁଗାରେ ପ୍ରସ୍ତୁତ ଗୁଆମାଳ ଦୁଇ ହସ୍ତରେ ପରିଧାନ କରିବେ। ମହାପ୍ରଭୁ (Lord Jagannath) ଲାଲ-ହଳଦିଆ ସେହିପରି ବଳଭଦ୍ର ନୀଳ-ସବୁଜ ରଙ୍ଗର ଗୁଆମାଳ ପରିଧାନ କରିବେ। 


ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ପାଳ ଏବେ ପାଟରା ବିଶୋଇ ସେବକଙ୍କ ଘରେ ଚାଲିଛି ରାକ୍ଷୀ ପ୍ରସ୍ତୁତି। ଯେଉଁ ରାକ୍ଷୀର ତଳ ଅଂଶ ଲାଲ୍-ହଳଦିଆ ତାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଉ ଯେଉଁ ରାକ୍ଷୀର ତଳ ଅଂଶ ନୀଳ-ସବୁଜ ତାହା ବଡଭାଇ ଶ୍ରୀବଳଭଦ୍ରଙ୍କ ପାଇଁ ପ୍ରସ୍ତୁତ କରାଯାଉଛି। ଭକ୍ତିପୂତ ଭାବରେ ବରିଷ୍ଠ ପାଟେରା ସେବକ ନିଷ୍ଠାର ସହ ମହାପ୍ରଭୁଙ୍କ ଏହି ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ତାଙ୍କ ପୁଅ-ନାତି ମଧ୍ୟ ମହାପ୍ରଭୁଙ୍କ ଏହି ମହାନ କାର୍ଯ୍ଯରେ ସହଯୋଗ କରୁଛନ୍ତି। ସାଧାରଣ ମଣିଷଙ୍କ ଭଳି ମହାପ୍ରଭୁ ମଧ୍ୟ ଲୀଳାଖେଳା କରିଥାନ୍ତି।