୧୩ ବର୍ଷ ତଳେ ଚାକିରିରୁ ବରଖାସ୍ତ ହୋଇଥିଲେ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡା
ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିବା ପରେ ଖୋଲିଛି ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଗୁମର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଭିଜାଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ। ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ଉ।
୨୦୧୦ ମସିହାରେ ସୁବାସ ଚନ୍ଦ୍ର ପଣ୍ଡା ଓପିଏଚ୍ଡବ୍ଲୁସିଙ୍କୁ ଅସଦାଚରଣ ସହ କର୍ତ୍ତବ୍ୟରେ ଅବହେଳା ଏବଂ ନିର୍ଦ୍ଦେଶକୁ ଅବମାନନା ଅଭିଯୋଗରେ ଦକ୍ଷ ଅଧିକାରୀଙ୍କ ଦ୍ୱାରା ଚାକିରିରୁ ବରଖାସ୍ତ ହୋଇଥିଲେ । ପରେ ତାଙ୍କୁ ଓଡ଼ିଶାର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୁଣିଥରେ ଚାକିରିରେ ସ୍ଥାପିତ କରାଯାଇଥିଲା।
ଆପଣଙ୍କୁ କହିରଖୁଛୁ ଯେ, ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।
ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି। ଆଇଗିଣିଆରେ ଥିବା ବାସଭବନ, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।
Also Read- Schools Closed: ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ, ପଢନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Also Read- ସମୀର ଦେଙ୍କ ବିୟୋଗ କାରଣରୁ ସିନେମା ପ୍ରମୋସନ ବାତିଲ୍ କଲେ ଅଭିନେତା ସବ୍ୟସାଚୀ ମିଶ୍ର