Abhadha Price 2025: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ମାତ୍ର ଏତିକି ଟଙ୍କାରେ ମିଳିବ ଅବଢ଼ା
Abhadha Price 2025: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଶସ୍ତା ହେବ ଅବଢ଼ା। କମ୍ ପଇସାରେ ପେଟପୂରା ଅବଢ଼ା ପାଇବେ ଭକ୍ତ।
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାତ୍ର ୧୦୦ ଟଙ୍କାରେ ଅନ୍ନ, ଡାଲି, ବେସର , ମହୁର ପାଇ ମନଖୁସିରେ ଘରକୁ ଫେରିବେ। ଏନେଇ ସୂଚନା ଦେଇଛନ୍ତି ଆଇନ୍-ମନ୍ତ୍ରୀ ପୃଥୀରାଜ୍ ହରିଚନ୍ଦନ। ବିଭାଗୀୟ ମନ୍ତ୍ରୀ ଏନେଇ ଆହୁରି କହିଛନ୍ତି ଯେ, ଗଜପତି ମହାରାଜଙ୍କ ଅନୁରୋଧ କ୍ରମେ ସରକାରଙ୍କ ପକ୍ଷରୁ ଅନ୍ନଯଜ୍ଞ ମଣ୍ତପର ପରିକଳ୍ପନା କରାଯାଇଛି।
ALSO READ: Samba Dashami 2025: ଶାମ୍ବ ଦଶମୀରେ ଦୁର୍ଲଭ ସଂଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଦୂର ହେବ ଆର୍ଥିକ ସଙ୍କଟ
ALSO READ: Sofia Firdous Viral Video: ଜଙ୍ଗଲ ଭିତରୁ ଭାଇରାଲ୍ ହେଲା ବିଧାୟିକା ସୋଫିଆ ଫିର୍ଦୋସଙ୍କ ଏହି ଭିଡିଓ, ଦେଖନ୍ତୁ
ଶୃଙ୍ଖଳା ଦୃଷ୍ଟିକୋଣରୁ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ପାଇଁ ବିଭିନ୍ନ ସମୟରେ ଖାଇବା ବନ୍ଦୋବସ୍ତକୁ ବନ୍ଦ ରଖାଯାଉଛି। ଅନ୍ତଃତ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଅନ୍ନଯଜ୍ଞ ମଣ୍ତପରେ କିଭଳି ଅନାୟାସରେ ପ୍ରସାଦ ପାଇବେ। ସେନେଇ ସରକାର ଚିନ୍ତା କରୁଛନ୍ତି।
ଏଥିପାଇଁ ଅନେକ ସ-ହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଆଗେଇ ଆସିଲେଣୀ। ଏବଂ ସୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ସରକାର କାର୍ଯ୍ୟ ଆରମ୍ଭ କରିଥିବା ମନ୍ତ୍ରୀ କହିଛନ୍ତି।
କେବଳ ସେତିକି ନୁହେଁ, ଜଗନ୍ନାଥ ସଂସ୍କତିର ପ୍ରଚାର ପ୍ରସାର ନିମନ୍ତ ଏକ ଉଚ୍ଚ ପାଠାଗାର ତଥା ଗବେଷଣା କେନ୍ଦ୍ର ନିର୍ମାଣ କରାଯିବ। ନୀଳମାଧବଙ୍କ ଠାରୁ ଆରମ୍ଭ କରି ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦୈନିନ୍ଦିନ ନୀତି ପର୍ଯ୍ୟନ୍ତ , ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ଗବେଷଣ ପାଇ ପାରିବେ।
ସେହିପରି , ଶ୍ରୀମନ୍ଦିରରେ ଅନ୍ୟ ଧର୍ମର ବିକ୍ତି ବିଶେଷଙ୍କ ପ୍ରବେଶ ଉପରେ କଟକଣାକୁ ଦୃଷ୍ଟିରେ ରଖି ଏକ ଲକ୍ଷ ବର୍ଗ ଫୁଟ୍ ସ୍ଥାନରେ ଏକ ସ୍ବଂୟ ସମ୍ପନ୍ନ ବିଶ୍ବସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର। ଏଠାରେ ଦାରୁବ୍ରହ୍ମଙ୍କ ଇତିବୃତ୍ତି ଠାରୁ ଆରମ୍ଭ କରି ପ୍ରଭୁ ଶ୍ରୀ-ଜଗନ୍ନାଥଙ୍କ ବିଭିନ୍ନ ଲୀଳାଖେଳା ଆରମ୍ଭ ହେବ। ଏହାକୁ ବୁଲିବା ପାଇଁ ଜଣଙ୍କୁ ଗୋଟିଏ ଦିନ ଲାଗିବ।