Gratuity Hike: ଶିକ୍ଷକଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର, ବଢିଲା ଗ୍ରାଚୁଇଟି; ଅବସର ପରେ ମିଳିବ ଏତେ ଲକ୍ଷ ଟଙ୍କା

Gratuity Hike: ନୂଆ ବର୍ଷରେ ଓଡିଶା ସରକାର ଦେଲେ ଖୁସି ଖବର। ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କଲେ ସରକାର। ବିଶେଷକରି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଏହା ନୂଆ ବର୍ଷର ଭେଟି କହିଲେ ଅତୃକ୍ତି ହେବ ନାହିଁ। ତେବେ, ଆସନ୍ତୁ ଜାଣିବା କେତେ ବୃଦ୍ଧି ପାଇଲା ଗ୍ରାଚ୍ୟୁଇଟି...

Narmada Behera Jan 02, 2025, 09:00 AM IST
1/5

2/5

ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଛନ୍ତି। 

 

3/5

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ , ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। 

4/5

ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘ ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

5/5

ଯାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link