Shani Gochar 2025: ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇ ଥାଆନ୍ତି। ଏହି କ୍ରମରେ ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ରେ ମୀନ ରାଶିକୁ ଚଳନ କରିବେ। ଶନିଙ୍କ ଏହି ଶୁଭ ଚଳନ କେତେକ ରାଶି ପାଇଁ ସୁବର୍ଣ୍ଣର ଦିନ ଆଣିବା ସହ ଆଉ କେତେକ ରାଶି ଶନି ସାଢେ ସତୀରୁ ମୁକ୍ତି ପାଇବେ। ତେବେ, ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଧନୀ ହେବା ସହିତ ଆକସ୍ମିକ ଦୁର୍ଘଟଣା ଓ ଅଘଟଣରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଶୁଭଦୃଷ୍ଟି କେଉଁ ସବୁ ରାଶିକୁ ମାଲାମାଲ୍ କରୁଛି।....
ମେଷ: ଶନିଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହିତ ପଦୋନ୍ନତି ହେବ। ଘର କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟୀଙ୍କ କାରବାର ବୃଦ୍ଧି ପାଇବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ଋଣ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲକ୍ଟ କରିବେ। ପରିବାର ସହ ଭଲ ସମୟ ବିତାଇବେ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ସ୍ବାସ୍ଥ୍ୟବସ୍ଥାରେ ଭଲ ରହିବ।
ALSO READ: Budha Gochar 2025: ଜାନୁଆରୀ ୪ରେ ବୁଧଙ୍କ ଗୋଚର, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବେ ବ୍ୟବସାୟୀମିଥୁନ: ଶନିଙ୍କ ଶୁଭ ଚଳନ ଏହି ରାଶିକୁ ମାଲାମାଲ୍ କରିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଆଶାତିତ ଲାଭ ମିଳିବ। ପାର୍ଟନର-ସିପ-ରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ସହ ହୋଇଥିବା ପୁରୁଣା ବିବାଦର ଅନ୍ତ ଘଟିବ। ନିଜ ପରିବାର ସହିତ ଦୂରସ୍ଥାନକୁ ଯାତ୍ରା କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
କୁମ୍ଭ: ଶନିଙ୍କ ଚଳନ ଏ-ହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ପ୍ର-ତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ନୂଆ ଘର କିମ୍ବା ଫ୍ଲାଟ କିଣିବାର ସ୍ବପ୍ନ ସାକାର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର କିମ୍ବା ଫୋନ୍ କଲ ଆସିପାରେ। ଦିର୍ଘ ଦିନ ଧରି, କୋର୍ଟ-କଚେରୀ ରେ ଚାଲିଥିବା ମାଲିମକୋଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିଛି। ଏ-ହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ट्रेन्डिंग फोटोज़