Odisha Election 2024: ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେପି ସାଂସଦ ପାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ମୋହନା ବିଜେପି ବିଧାୟକ ପାର୍ଥୀ ପ୍ରଶାନ୍ତ ମଲ୍ଲିକ ନିର୍ବାଚନ ପ୍ରଚାର କରିବା ସହ ବିଶାଳ ବାଇକ ରାଲି ମାଧ୍ୟମରେ ନିଜ କର୍ମୀଙ୍କ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି, ତେବେ ସକାଳେ ପ୍ରାୟ 9:00 ସମୟରେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ଏବଂ ଶତାଧିକ ବିଜେପି କର୍ମୀଙ୍କ ଦ୍ଵାରା ଗଞ୍ଜାମ ଗଜପତି ସୀମାନ୍ତ କମଳାପୁର ନାକା ପଏଣ୍ଟ ଠାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଫୁଲ ତୋଡ଼ା ଏବଂ ମୁକୁଟ ପିନ୍ଧାଇ ଭବ୍ୟ ସ୍ୱାଗତ କରାଯାଇଥିଲା । 


COMMERCIAL BREAK
SCROLL TO CONTINUE READING

 




କର୍ମୀଙ୍କ ସହ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ମଲ୍ଲିକ ବିଶାଳ ବାଇକ ରାଲି ମାଧ୍ୟମରେ ମୋହନା ଠାରେ ପହଞ୍ଚି ମୁଖ୍ୟ ବଜାରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପାଣିଗ୍ରାହୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ମୋହନା ବଜାରରେ ଲୋକଙ୍କ ସହ ହାତ ମିଶାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ।ରାଜ୍ୟ ସରକାର ଏବଂ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ସିଥିଲେ। ପାଣିଗ୍ରାହି କହିଥିଲେ ପାଣ୍ଡିଆନ ଚୋର ତସ୍କର୍ ଓ ଓଡ଼ିଶାକୁ ଲୁଟୁଛନ୍ତି ତାକୁ ଓଡ଼ିଶାରୁ ଆଉଟ୍ କରିବା ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ମୋହନା ଅଧୀନରେ ଥିବା ଲୁହାଗୁଡ଼ି,ଅଡବା,ଚନ୍ଦ୍ରଗିରି,ଚାନ୍ଦିପୁଟ, ମହେନ୍ଦ୍ରଗଡ ଓ ରାମଗିରି ଭଳି ବିଭିନ୍ନ ସ୍ଥାନକୁ ବାଇକ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି।