President Droupadi Murmu: ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଗସ୍ତରେ ଆସିବେ। ୧୮ତମ ପ୍ରବାସୀ ଭାରତୀୟ ସମାରୋହରେ ଯୋଗଦେବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବା ସହ ୧୭ ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ ମଧ୍ୟ କରିବେ। ରାଷ୍ଟ୍ରପତି ବୁଧବାର ମେଘାଳୟର ଉମିୟାମଠାରେ ଉତ୍ତର ପୂର୍ବ ପାର୍ବତ୍ୟାଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପ୍ଲେକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ଗୁରୁବାର ଗୌହାଟୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଅପରାହ୍ଣ ୪ଟା ୩୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। 


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ଅପରାହ୍ଣ ୪ଟା ୨୦ ମିନିଟରୁ ୪ଟା ୫୦ ମିନିଟ ପର୍ଯ୍ୟନ୍ତ ଏୟାରପୋର୍ଟରୁ ରାଜଭବନ ରାସ୍ତାକୁ ବନ୍ଦ ରଖାଯିବ। ରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ ରାତ୍ରୀଯାପନ କରିବେ। ଶୁକ୍ରବାର ପୂର୍ବାହ୍ଣ ସାଢେ ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀ ସ୍ଥଳ ଅଭିମୁଖେ ବାହାରିବେ। ରାଷ୍ଟ୍ରପିତ କାରକେଡ ଯିବା ପାଇଁ ପୂର୍ବାହ୍ଣ ୧୧ଟା ୨୦ ମିନିଚପୁ ୧୧ଟା ୫୦ ମିନିଟ ଯାଏ ରାଜଭବନରୁ ନାଲକୋ ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସେଠାରେ ପ୍ରାୟ ୫ ଘଣ୍ଟା ବିତାଇବ ପରେ ପୁଣି ବିମାନ ବନ୍ଦର ଅଭିମୁଖେ ବାହାରିବେ।