ପୁରୀ: ବାଣ ଟ୍ରାଜେଡ଼ି ମୃତ୍ୟସଂଖ୍ୟାରେ ଲାଗୁନି ବ୍ରେକ୍ । ୪ ଦିନ ଭିତରେ ୧୩ ଜଣଙ୍କ ଜୀବନ ଗଲାଣି । ଏବେବି ୧୭ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକେ ମୃତ୍ୟୁ ସହ ସଂଘର୍ଷରତ। ଏହି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ପ୍ରଶାନ୍ତ କୁମାର ନାୟକ ଯିଏ ଫ୍ୟାନ୍ସି ବାଣ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ପାଇଛନ୍ତି କିନ୍ତୁ ବେଆଇନ ଭାବେ ଉଚ୍ଚ ଶବ୍ଦ ବିସ୍ଫୋରକ ବାଣ ପ୍ରସ୍ତୁତ କରି ଚନ୍ଦନା ଭୋଇଙ୍କୁ ବିକ୍ରି କରିଥିଲେ ଏବଂ ବୁଦ୍ଧିଆ ଭୋଇ ଯିଏ ପ୍ରଶାନ୍ତ ନାୟକଙ୍କ ପାଇଁ ବେଆଇନ ଭାବରେ ବିସ୍ଫୋରକ ବାଣ ତିଆରି କରୁଥିଲେ। ଟୁକୁ ରଞ୍ଜନ ସ୍ବାଇଁ ଯିଏ ଫ୍ୟାନ୍ସି ବାଣ ପ୍ରସ୍ତୁତ କରିବା ପାଇଁ ଲାଇସେନ୍ସ ପାଇଛନ୍ତି। କିନ୍ତୁ ବେଆଇନ ଭାବେ ଉଚ ଶବ୍ଦ ବିସ୍ଫୋରକ ବାଣ ପ୍ରସ୍ତୁତ କରି ଚନ୍ଦନା ଭୋଇଙ୍କୁ ବିକ୍ରି କରିଥିଲେ।  ଏବଂ ଜଗନ୍ନାଥ ରାଉତ ଯିଏ ଟୁକୁ ରଞ୍ଜନ ସ୍ବାଇଁ ଙ୍କ ପାଇଁ ବେଆଇନ ଭାବରେ ବିସ୍ଫୋରକ ବାଣ ତିଆରି କରୁଥିଲେ ପୋଲିସ ତାଙ୍କୁ ଗିରଫ କରିଛି। ଗୋବିନ୍ଦ ନାୟକ, ଦୋ ବନ୍ଧା, ଚନ୍ଦନପୁର ଯିଏ ଚନ୍ଦନ ଭୋଇ କିଣି ଆଣିଥିବା ବାଣକୁ ଫୁଟାଇବା ପାଇଁ ଭଡାରେ ଆସିଥିଲା ଓ ତାର ଭୁଲ ବାଣ ଫୁଟାଇବା ଯୋଗୁ ପ୍ରଥମ ବାଣଟି ମିସଫାୟାର ହୋଇ ନରେନ୍ଦ୍ର ପୋଖରୀର ଦଶ ତୁଠରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ମାତ୍ରେ ପାଣିକୁ ଡେଇଁ ସେ ପଳାଇ ଗଲେ। ସେ ଏବେ ଫେରାର ଥିବାବେଳେ ପୋଲିସ ତାକୁ ଖୋଜୁଛି ଏବଂ ଅନ୍ୟ ବ୍ୟକ୍ତି ମାନଙ୍କର ସମ୍ପୃକ୍ତି ବିଷୟରେ  ଅଧିକ ତଦନ୍ତ ଚଳାଇଛି ।


COMMERCIAL BREAK
SCROLL TO CONTINUE READING

ଯେଉଁ ବାଣ ଚଉଦିଗ ଆଲୋକିତ କରେ, ସେଇ ବାଣ ଯୋଗୁଁ ଅନ୍ଧାର ଘୋଟି ଆସିଛି ପରିବାର ଉପରେ । ଚନ୍ଦନ ଭୋଇ ଯିଏ ମାନସିକ ପୂରଣ କରିବା ପାଇଁ ନିମାପଡା ଚାରି ଛକରୁ ବାଣ କିଣି ଆଣିଥିଲେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। କେ ରାଜୁ ରାଓ ଯିଏ ବାଣ ସବୁ ନିଜ ଟ୍ରଲ୍ଲୀରେ ନେଇ ନରେନ୍ଦ୍ର ପୋଖରୀର ଦଶ ତୁଠରେ ଲୁଚାଇ ରଖୁଥିଲେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।


ସେପଟେ ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ।


Writing By- Tapasa gyanadarsini samal


Also Read- ପ୍ରବଳ ଗରମ ହେତୁ ଚୋରି କରିବାକୁ ଯାଇ ACରେ ଶୋଇଲା ଚୋର: ସକାଳୁ ଗିରଫ କଲା ପୋଲିସ


Also Read- ଫନିକୁ ପୂରିଲା ୫ ବର୍ଷ: ଆଜି ବି ସତେଜ ରହିଛି ପ୍ରକୃତିର ସେହି ତାଣ୍ଡବ