Puri Jagannath Temple: ନନ୍ଦୋତ୍ସବ (Nandotsava 2023) ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ। ଅର୍ଥାତ୍ ଗତକାଲି ମହାପ୍ରଭୁ ପହୁଡ଼ ହୋଇନାହାଁନ୍ତି। ଶ୍ରୀମନ୍ଦିରରେ (Puri Jagannath Temple) ନନ୍ଦୋତ୍ସବ ନୀତିକାନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଗୁରୁବାର ଦିନର ସଂନ୍ଧ୍ଯା ଆଳତୀ ଆଜି ଭୋର ୪ଟା ୧୫ରେ ସମ୍ପର୍ଣ୍ଣ ହୋଇଥିଲା। ସେପଟେ ମହାପ୍ରଭୁଙ୍କର ପହୁଡ ହୋଇନଥିବାରୁ ଦ୍ୱାର ଫିଟା ମଧ୍ୟ ହୋଇନାହିଁ। ସକାଳ ୬ଟା ୩୦ ମିନିଟରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମଙ୍ଗଳାଳତୀ (Mangala Alati) ହେବା ପରେ ଦୈନନ୍ଦିନର ଅନ୍ଯାନ୍ଯ ନୀତି କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ସେପଟେ ମହାପ୍ରଭୁଙ୍କ ରାତି ପହୁଡ଼ ହୋଇନଥିବା ବେଳେ ସାଧାରଣ ଦର୍ଶନ ଚାଲୁ ରହିଛି। ଭକ୍ତମାନେ ସୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରୁଛନ୍ତି। ତେବେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ଏବେ ନିତିଦିନିଆ ହୋଇଗଲାଣି। ଯଦିଓ ଗତକାଲି ନନ୍ଦୋତ୍ସବ ଯୋଗୁଁ ଅନେକ ନୀତିକାନ୍ତି (Nandotsava rituals) ରହିଥିଲା। କିନ୍ତୁ ନନ୍ଦୋତ୍ସବକୁ ଦୃଷ୍ଟିରେ ରଖି ସଅଳ ନୀତିକାନ୍ତି ଆରମ୍ଭ କରିବାର ଆବଶ୍ୟକତା ଥିଲା। ମାତ୍ର ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ସେବାୟତମାନେ ଏଥିପ୍ରତି ଯତ୍ନଶୀଳ ହେଉନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ (Srimandir Temple Administration) ମଧ୍ଯ ନୀରବଦ୍ରଷ୍ଟା ସାଜିଛି।  ସ୍ଥାୟୀ ପ୍ରଶାସକ ନିଯୁକ୍ତି ହେବା ପରେ ବି ଅଧିକ ବିଶୃଙ୍ଖଳା ହେଉଥିବା ନଜର ଆସୁଛି। ଯେଉଁ ଦିନ ଅଧିକ ନୀତି ରହୁଛି ସେଦିନ କିଭଳି ନୀତି ଶୀଘ୍ର ଶୃଙ୍ଖଳିତ ଭାବେ କରାଯିବ ସେନଇ ସେବାୟତ ନିଯୋଗ ସହ ଆଲୋଚନା କରି ଉପଯୁକ୍ତ ମନିଟରିଂ କରାଯିବା ଆବଶ୍ୟକ। ତେବେ ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଯାହା ଫଳରେ ଶ୍ରୀମନ୍ଦିରର ନୀତିକାନ୍ତିରେ ଦେଖାଦେଉଥିବା ସମସ୍ଯାକୁ ରୋକା ଯାଇପାରିବ ।


Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର


Also Read-Flight Service: ଉତ୍କେଲାରୁ ପରେ ଏବେ ଏହିଠାରୁ ଉଡ଼ିବ ବିମାନ, ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ସରକାର