Flight Service: ଉତ୍କେଲାରୁ ପରେ ଏବେ ଏହିଠାରୁ ଉଡ଼ିବ ବିମାନ, ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ସରକାର
Advertisement
Article Detail0/zeeodisha/odisha1858263

Flight Service: ଉତ୍କେଲାରୁ ପରେ ଏବେ ଏହିଠାରୁ ଉଡ଼ିବ ବିମାନ, ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ ସରକାର

Flight Service: ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାୋତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ଚିଠି ଲେଖିଥିଲେ । 

ସୌ(ସୋସିଆଲ ମିଡିଆ)

Bhubaneswar to Amarda Flight Service: କଳାହାଣ୍ତି ଉତ୍କେଲା ପରେ ଏବେ ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦା ଏୟାରଷ୍ଟ୍ରିପ (Amarda Road Airstrip) ଫିଟିଛି ବାଟ । ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।ସୂଚନା ଅନୁଯାୟୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ (Pratap Chandra Sarangi)  କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ଚିଠି ଲେଖିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଅମର୍ଦା ଏୟାରଷ୍ଟ୍ରିପ୍‌କୁ ବିମାନ ଉଡାନ ଯୋଜନାରେ ସାମିଲ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ସେ ଲେଖିଛନ୍ତି। ଏଥିସହ ପ୍ରଥମେ ଭୁବନେଶ୍ୱରରୁ ଅମର୍ଦା (Bhubaneswar to Amarda flight) ଓ ଅମର୍ଦାରୁ (Amarda to  Bhubaneswar)  ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ଯୋଜନା ରହିଥିବା ଜଣାପଡ଼ିଛି।

ପ୍ରକାଶ ଥାଉ କି, ଗତ ମାସ ୩୧ ତାରିଖରେ କଳାହାଣ୍ତି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ବିମାନ ବନ୍ଦରରୁ (Bhubaneswar to Utkela airport flight service) ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ (First flight service from Utkela Airport to Bhubaneswar) ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଥିଲେ।  ସେପଟେ ଉତ୍କେଲା ବିମାନବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ । ପ୍ରତ୍ୟକ ଦିନ ସକାଳ ୭ଟା ୧୫ ମିନିଟ୍ ରେ ଭୁବନେଶ୍ବରୁ କଳାହାଣ୍ତି ଅଭିମୁଖେ ଉଡି଼ବ ବିମାନ ।  ଏହି ବିମାନ ଭୁବନେଶ୍ବର ଛାଡ଼ି ୮ଟା ୨୫ ମିନିଟର୍ ଉତ୍କେଲାରେ ପହଞ୍ଚିବ ବିମାନ । ସେହିପରି ଉତ୍କେଲାରୁ ସକାଳ ୮.୫୦ରେ ବାହାରି ଭୁବନେଶ୍ବରରେ ସକାଳ ୧୦ଟାରେ ପହଞ୍ଚି । ତେବେ, ମାତ୍ର ୯୯୯ ଟଙ୍କାରେ ଯାତ୍ରୀଙ୍କୁ ଏହି ବିମାନ ଯାତ୍ରାର ସୁଯୋଗ ମିଳିଛି । ଭୁବନେଶ୍ବରରୁ କଳହାଣ୍ତିକୁ ବିମାନ ସେବା ଆରମ୍ଭ ହେବା ଦ୍ବାରା ଘଣ୍ଟା ଘଣ୍ଟାର ରାସ୍ତାକୁ ଏବେ ମାତ୍ର ଘଣ୍ଟେ ୧୦ ମିନିଟ୍ ରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରୁଛନ୍ତି ଯାତ୍ରୀ। 

ସେହିପରି ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ,ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ ଭୁବନେଶ୍ୱର ରଙ୍ଗେଇଲୁଣ୍ତା-ଭୁବନେଶ୍ୱର ବମାନ (Bhubaneswar to Rangeilunda flight service) ଉଡ଼ାଣ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।

Also Read-Puri Jagannath Temple: ପବିତ୍ର ଜନ୍ମାଷ୍ଟମୀ ନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି

Also Read-Janmashtami 2023: ଚଳିତ ବର୍ଷ ଜନ୍ମାଷ୍ଟମୀରେ ପାଳିତ ହେବ ଶ୍ରୀକୃଷ୍ଣଙ୍କ ଏତିକି ତମ ଜନ୍ମୋତ୍ସବ, ଜାଣନ୍ତୁ ପୂଜା ବିଧି ଓ ସମୟ