Puri Mahodadhi Divas 2024: ଡିସେମ୍ବର ୧୦ରୁ ପୁରୀରେ ଅନ୍ତର୍ଜାତୀୟ ମହୋଦଧି ଦିବସ, ଜାଣନ୍ତୁ କ`ଣ ରହିଛି ଏଥର କାର୍ଯ୍ୟକ୍ରମ?
Puri Mahodadhi Divas 2024: ଏଥର ନୂଆ ରୁପରେ ଅନୁଷ୍ଠିତ ହେବ ଆକର୍ଷଣୀୟ ପୁରୀ ମହୋଦଧି ଦିବସ। ଡିସେମ୍ବର ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ପୁରୀରେ ଅନ୍ତର୍ଜାତୀୟ ମହୋଦଧି ଦିବସ ଭାବେ ତିନିଦିନ ଧରି ପାଳିତ ହେବ। ପ୍ରଥମ ଥର ପାଇଁ ପୁରୀ ବେଳାଭୂମିରେ ଆୟୋଜିତ ହେବ ଅନ୍ତର୍ଜାତୀୟ ମହୋଦଧି ଦିବସ-୨୦୨୪ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିବ ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ। ଏଥିରେ ସଚେତନତା କରିବା ମୂଳ ଲକ୍ଷ୍ୟ ।
Puri Mahodadhi Divas 2024: ଏଥର ନୂଆ ରୁପରେ ଅନୁଷ୍ଠିତ ହେବ ଆକର୍ଷଣୀୟ ପୁରୀ ମହୋଦଧି ଦିବସ। ଡିସେମ୍ବର ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ପୁରୀରେ ଅନ୍ତର୍ଜାତୀୟ ମହୋଦଧି ଦିବସ ଭାବେ ତିନିଦିନ ଧରି ପାଳିତ ହେବ। ପ୍ରଥମ ଥର ପାଇଁ ପୁରୀ ବେଳାଭୂମିରେ ଆୟୋଜିତ ହେବ ଅନ୍ତର୍ଜାତୀୟ ମହୋଦଧି ଦିବସ-୨୦୨୪ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିବ ମେରାଇନ୍ ସ୍ପୋଟର୍ସ ଏବଂ ବିଚ୍ ସ୍ପୋଟର୍ସ। ଏଥିରେ ସଚେତନତା କରିବା ମୂଳ ଲକ୍ଷ୍ୟ ।
ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଥମ ଇଣ୍ଡୋ-ଶ୍ରୀଲଙ୍କା ଲାଇଭସେଭିଂ ସ୍ପୋର୍ଟସ୍ ଚାମ୍ପିଅନ୍ସିପ ରହିଛି। ଯାହା ଜୀବନ ରକ୍ଷାକାରୀ କୌଶଳ ଏବଂ ଜଳ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିବ । ସେହି ପରି ମହୋଦଧି ନାସନାଲ୍ ଚାମ୍ପିଅନ୍ ସିପର ମୁଖ୍ୟ ଆକର୍ଷଣ ଜଳ ଓ ବେଳାଭୂମି କ୍ରୀଡ଼ା। ଏଥିରେ ଯୋଗଦେବେ ୬୦୦ରୁ ଅଧିକ ପ୍ରତିଯୋଗୀ ଏବଂ ୧୦ ଦେଶର ୩୫ ପତିନିଧି ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ତେବେ ଏହି ମହୋଦଧି ଦିବସରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ା ଓ ବେଳାଭୂମି କ୍ରୀଡ଼ା ପ୍ରତିଯୋଗିତା କରାଯିବ । ମହୋଦଧି ଦିବସ ଭାରତର ଉପକୂଳ ପର୍ଯ୍ୟଟନ ଏବଂ ପରିବେଶ ସଚେତନତା ପଦକ୍ଷେପ ପାଇଁ ଏକ ଅଗ୍ରଗାମୀ ପଦକ୍ଷେପ ହେବ । ଭାରତୀୟ କାୟାକିଂ ଆଣ୍ଡ୍ କାନୋଇଂ ଆସୋସିଏସନ୍, ଭାରତର ରାଷ୍ଟ୍ରୀୟ ଲାଇଫ୍ ଗାର୍ଡ ସଂଗଠନ, ପୁରୀ ବିଚ୍ ଲାଇଫ୍ ଗାର୍ଡ ମହାସଂଘ,ଆମେରିକାର ଅନ୍ତର୍ଜାତୀୟ ସର୍ପ ଲାଇଫ୍ ସେଭିଂ ଆସୋସିଏସନ୍ ଏବଂ ଶ୍ରୀଲଙ୍କା ଲାଇଫ୍ ସେଭିଂ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହେବ।
ଏନେଇ ସାମାଜିକ ସଙ୍ଗଠନ ‘ଦି ବେଲ୍’ ପକ୍ଷରୁ ବୁଧବାର ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପୁରୀ ବେଳାଭୂମିରେ କ୍ରମାଗତ ଚତୁର୍ଥ ବର୍ଷ ଲାଗି ଏହି ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ସାଂସ୍କୃତିକ ପ୍ରଦର୍ଶନୀ ଏବଂ ସାମୁଦ୍ରିକ ସଂରକ୍ଷଣ ପ୍ରଦର୍ଶନୀ ଉପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ଥାନୀୟ ସ୍ବାଦିଷ୍ଟ ବିବିଧ ଖାଦ୍ୟ ଓ ପାନୀୟ ସାଙ୍ଗକୁ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଚାଲିବ। ବିଶେଷକରି ସମୁଦ୍ରକୁ ଲାଇଫ୍ଲାଇନ୍ ମାନୁଥିବା ମତ୍ସ୍ୟଜୀବୀଙ୍କ ଲୁକ୍କାୟିତ ପ୍ରତିଭାକୁ ବାହାରକୁ ଆଣିବାରେ ଏହି ଉତ୍ସବ ସହାୟକ ହେବ । ସେମାନଙ୍କ ମଧ୍ୟରୁ କିଛି ଦକ୍ଷତାଧାରୀ ଜଳ କ୍ରୀଡ଼ାବିତ୍ଙ୍କୁ ଖୋଜି କମନ୍ ୱେଲ୍ଥ ଚାମ୍ପି ଅନ୍ ସିପ୍ ରେ ସାମିଲ କରିବାକୁ ଉଦ୍ୟମ କରାଯିବ।
ସାମ୍ବାଦିକ ସମ୍ମିଳନୀରେ ନାଲକୋ ର ପୂର୍ବତନ ସିଏଡି ଡ. ତପନ କୁମାର ଚାନ୍ଦ, ସର୍ବଭାରତୀୟ ଲାଇଫ୍ ସେଭିଂ ସ୍ପୋର୍ଟସ୍ର ସଭାପତି ପ୍ରଦୀପ ନାଇଡୁ, ବିଚ୍ କାୟାକିଂର ଚେୟାରମ୍ୟାନ୍ ଏମ୍. ରାମାନୁଜମ୍, ଏନ୍ ଟି ପି ସିର ପୂର୍ବତନ ଆର୍ଥିକ ଚେୟାରମ୍ୟାନ୍ ତଥା ଆଇନଜୀବୀ କୁଳମଣି ବିଶ୍ଵାଳ, ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ୍ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ଏହି ଆନ୍ତର୍ଜାତିକ ବେଳାଭୂମି ମହୋତ୍ସବ ମହୋଦଧି ଦିବସରେ ସାମିଲ ହୋଇ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି।