ପୁରୀ: ବଡଦାଣ୍ଡରେ ଖଜା ବ୍ଯବସାୟକୁ କେନ୍ଦ୍ରକରି ହତ୍ଯାକାଣ୍ଡ ଘଟିଛି । ଗତକାଲି ସଂନ୍ଧ୍ୟାରେ ହାଡଗୋଡିଆ ସାହିରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ। ହତ୍ଯା କାଣ୍ଡର ଶିକାର ହୋଇଛନ୍ତି ହାଡଗୋଡିଆ ସାହିର ହରିହର ସାହୁ। ମୃତକଙ୍କ ନାମରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ସହ ଜଡିତ ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

ତେବେ ଏତେ ସଂଖ୍ୟକ ନାବାଳକ ଏପରି ଘଟଣା ସହ ଜଡିତ ହେଉଥିବାରୁ ଖୁବଶୀଘ୍ର ଏ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଥିରେ ଜିଲା ଶିଶୁ ଅଧିକାରୀ ଓ ସିବଡବ୍ଲୁସି ଓ ପୁରୀ ପୋଲିସ ପକ୍ଷରୁ ମିଳିତ ଭାବେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଗତକାଲି ହତ୍ୟା ଘଟଣାକୁ ନେଇ ସିଟି ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି । ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ । ମୃତ ଦିନେଶର ବାପ ଓ ଭାଇଙ୍କୁ ଅଟକ ରଖାଯାଇଥିବା ବେଳେ ଅନେକ ନାବାଳକ ସାଙ୍ଗଙ୍କୁ ଅଟକ ରଖି ଜେରା କରାଯାଇଛି ବୋଲି କହିଛନ୍ତି ଏସପି। ସେପଟେ ଗତ ୮ତାରିଖ ଦିନ ଘଟିଥିବା ହତ୍ଯାକାଣ୍ଡ ଘଟଣାକୁ କେନ୍ଦ୍ରକରି ଗତକାଲି ଘଟିଥିଲା ଆଉ ଏକ ହତ୍ଯାକାଣ୍ଡ। ପୁରୀ ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ଆକ୍ରମଣରେ ଗୁରୁତର ଆହତ ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ର ହରିହର ସାହୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସପିଟାଲରେ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟାଉନ ଥାନା ପୋଲିସ ପକ୍ଷରୁ ହତ୍ଯା ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୁକ୍ତ ମାନଙ୍କୁ କିଭଳି କଠୋରରୁ କଠୋର ଦଣ୍ଡବିଧାନ କରାଯାଇପାରିବ ତାହା ଉପରେ ପୁଲିସ ଗୁରୁତ୍ୱ ଦେବ ବୋଲି କହିଛନ୍ତି ଏସପି ପୀନାକ ମିଶ୍ର ।


Also Read- Mangal Gochar 2024: ୫୫ ଦିନ ପର୍ଯ୍ୟନ୍ତ ୫ଟି ରାଶିର ଲୋକ ପାଇବେ ଦ୍ୱିଗୁଣ ଲାଭ


Also Read- Lucky Zodiac Sign: ୨୦ ଅଗଷ୍ଟରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ