Advertisement
Photo Details/zeeodisha/odisha2391225
photoDetails0hindi

Lucky Zodiac Sign: ୨୦ ଅଗଷ୍ଟରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 20 August 2024 : ବୈଦିକ ଜ୍ୟୋତିଷ ଅନୁଯାୟୀ ୨୦ ଅଗଷ୍ଟ ମଙ୍ଗଳବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ । ତେବେ ସେହି ରାଶି ଗୁଡିକ କଣ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତପାଢୀ ଦେଇଥିବା ସୂଚନାରୁ ।

1/5

ମେଷ ରାଶି ଆପଣଙ୍କ ପାଇଁ ଦିନଟି ସୁନ୍ଦର ହେବାକୁ ଯାଉଛି । ଆପଣ ବହୁତ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ । ଜୀବନର ବିଭିନ୍ନ କ୍ଷେତ୍ରରେ ଭଲ ଅଗ୍ରଗତି ହେବ । ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ବହୁତ ଶୁଭ । ଚାକିରି କ୍ଷେତ୍ରରେ ସାହସର ସହିତ ସମସ୍ୟ ସମସ୍ୟାର ସମାଧାନ କରିବେ । ବ୍ୟବସାୟରେ ଅଧିକ ଲାଭ ପାଇବେ । ପ୍ରତିଯୋଗୀମାନେ ଆପଣଙ୍କର ଅଗ୍ରଗତି ଦେଖି ଆଶ୍ଚର୍ଯ୍ୟ ହେବେ । ବିଚାରାଧୀନ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ପଦକ୍ଷେପ ନେବେ ।

2/5

କର୍କଟ ରାଶି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଦିନଟିରେ ସଂପୂର୍ଣ୍ଣ ଶୃଙ୍ଖଳିତ ଆଚରଣ କରିବେ । ଯୋଜନା ପ୍ରସ୍ତୁତ କରିବା ସମୟରେ କଠିନ ପରିଶ୍ରମ କରିବେ । ଆପଣଙ୍କ ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆପଣଙ୍କ ଉପରେ ଋଣଭାର ଥିଲେ ତାହାକୁ ପରିଶୋଧ କରି ଖୁସି ହେବେ । କିଛି ନୂଆ କାମ କରିବାକୁ ଯୋଜନା କରିବେ । ଆପଣ ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ରହିଛି । ଯଦି ଆପଣ ଭାଗିଦାରୀରେ ବ୍ୟବସାୟ କରୁଛନ୍ତି, ତେବେ ଦିନଟିରେ ଆପଣ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାକୁ ସ୍ଥିର କରିବେ । ଆପଣଙ୍କ କ୍ୟାରିୟରରେ ସକରାତ୍ମକ ଅଗ୍ରଗତି ଆସିବ । ପରିବାରରେ କୌଣସି ମତଭେଦ ଥିଲେ ସେଥିରୁ ମୁକ୍ତି ପାଇବେ । ବନ୍ଧୁଙ୍କ ସହିତ ସନ୍ଧ୍ୟା ସମୟ ବିତାଇ ପାରନ୍ତି ।

3/5

କନ୍ୟା ରାଶି ୨୦ ଅଗଷ୍ଟ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ସଙ୍କଟମୋଚନ ହନୁମାନଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଭବିଷ୍ୟତକୁ ସୁଦୃଢ କରିବା ପାଇଁ ସାହସର ସହିତ ନିଷ୍ପତ୍ତି ଗ୍ରହଣ କରିବେ । ବ୍ୟବସାୟ ବଢାଇବା ପାଇଁ କିଛି ନୂଆ ଚିନ୍ତା କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଉପଯୁକ୍ତ । ବିଦେଶରୁ ଭଲ ସୁଯୋଗ ପାଇପାରନ୍ତି । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ଘରେ କିଛି ଶୁଭକାର୍ଯ୍ୟ ହୋଇପାରେ । ପିଲାମାନଙ୍କଠାରୁ ସାହାଯ୍ୟ ପାଇବେ । ବିବାହିତ ଜୀବନରେ କୌଣସି ମତଭେଦ ରହିଥିଲେ ତାହାର ସମାଧାନ ହେବ ।

4/5

ବିଛା ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସକାରାତ୍ମକ ହେବାକୁ ଯାଉଛି । ମନରେ ସାହସ ବଢିବା କାରଣରୁ ଅନେକ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ । ଆପଣଙ୍କ ମତକୁ ଲୋକମାନଙ୍କ ନିକଟରେ ସ୍ପଷ୍ଟ ଭାବରେ ଉପସ୍ଥାପନ କରିବାକୁ ସମର୍ଥ ହେବେ । ଦିନଟିରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ । ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । କୌଣସି ଆଇନଗତ ପ୍ରସଙ୍ଗ ଅଟକି ରହିଥିଲେ ଦିନଟିରେ ଆପଣ ଆରାମ ପାଇବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିପାରେ । କାର୍ଯ୍ୟରତ ବ୍ୟକ୍ତି ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାର ଲାଭ ପାଇବେ । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ପିତାମାତାଙ୍କ ସମର୍ଥନ ଏବଂ ଆଶୀର୍ବାଦ ଆପଣଙ୍କୁ ମିଳିବ । ଅବିବାହିତ ବ୍ୟକ୍ତି ଜଣେ ବିଶେଷ ବ୍ୟକ୍ତିଙ୍କୁ ଭେଟି ପାରନ୍ତି ।

5/5

ମୀନ ରାଶି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ପ୍ରତ୍ୟେକ ପଦକ୍ଷେପରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ଆପଣଙ୍କ ଚିନ୍ତାଧାରାରେ ଏକ ସକରାତ୍ମକ ପରିବର୍ତ୍ତନ ଆସିବ । ଯେଉଁଥିପାଇଁ ଆପଣ ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ବାକି ଥିବା କାର୍ଯ୍ୟ ସମାପ୍ତ କରିବା ପରେ ଖୁସି ଅନୁଭବ କରିବେ । ବ୍ୟବସାୟରେ ଭଲ ପରିମାଣର ଅର୍ଥ ରୋଜଗାର କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ନବ ବିବାହିତ ଦମ୍ପତ୍ତିଙ୍କୁ ଖୁସି ଖବର ମିଳିପାରେ । ସନ୍ଧ୍ୟାରେ କିଛି ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)