Puri News: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଓ ଅନ୍ୟ ହାତରେ ମୂଷଳ ଶୋଭାପାଏ । ପ୍ରୟ 4 ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନସ୍ତ ବଳଭଦ୍ର ଦେବଙ୍କ ନିମ୍ନ ଭାଗରେ ରଖାଯାଏ । 


COMMERCIAL BREAK
SCROLL TO CONTINUE READING

ALSO READ: Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ


ଅସୁରର ସ୍କନ୍ଧ ଏବଂ ଭୁଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ଯ ବେଶରେ ସ୍ପଷ୍ଟ ହୁଏ । ଏ-ହି ବେଶ ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ସରିବାଯାଏଁ ରହିଥାଏ । ଭକ୍ତମାନେ ଏହି ବେଶକୁ ଦର୍ଶନ କରିପାରିବେ। କୃଷ୍ଣଜନ୍ମ ଠାରୁ କଂସ ବଦ୍ଧନିତି ପର୍ଯ୍ୟନ୍ତ ଏହି ନୀତି ଚାଲିବାର ପରମ୍ପରା ରହିଛି। ସେପଟେ ଗତକାଲି ମାର୍କଣ୍ଡ ପୁଷ୍କରିଣୀ ଦିପଦାଣ୍ଡି ନିକଟରେ ଏକ ମଞ୍ଚା ନିର୍ମିତ ହୋଇଥିଲା। ସେଠାରେ କନାର ନିର୍ମିତ ହୋଇଥିବା ଏକ ସର୍ପ ଆଘାତ କଲାପରେ ଜଣେ ଗରୁଡ ବେଶରେ ଆସି ଅମୃତ ଲଡୁ ଦେଇ ବିଷ ଝାଡିଥିଲେ। ତାପରେ ପ୍ରଭୁଙ୍କ ନିକଟରେ ଶୀତଳ ଭୋଗ ବନ୍ଦାପନା ହୋଇ ବାହୁଡାବିଜେ ହୋଇଥିଲେ। ସେପଟେ ଆଜି ପ୍ରଳମ୍ବାସୁର ବଦ୍ଧ ନିତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହାକୁ ସୃଙ୍ଖଳିତ କରିବା ପାଇଁ ସକାଳ ୫ଟା ୨୦ରେ ମହାପ୍ରଭୁଙ୍କ ପହୁଡ ନିତି ସମ୍ପର୍ଣ୍ଣ ହେବା ପରେ ସକାଳ ୭.୨୦ରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇ ଦୈନନ୍ଦିନର ନତିକାନ୍ତି ଆଗକୁ ବଢିଛି।