Advertisement
Photo Details/zeeodisha/odisha2406439
photoDetails0hindi

Weekly Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ସେପ୍ଟେମ୍ବରର ପ୍ରଥମ ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope 1st September to 7 September 2024: ଆଉ ଦିନକ ପରେ ଶେଷ ହେବାକୁ ଯାଉଛି ଅଗଷ୍ଟ ମାସ। ଆଗକୁ ଆସୁଛି ସେପ୍ଟେମ୍ବର ମାସ। ସେପ୍ଟେମ୍ବର ୭ରେ ପଡୁଛି ଗଣେଷ ପୂଜା। ଗଜାନନଙ୍କ କୃପାରୁ ଆସନ୍ତା ସପ୍ତାହ କିଛି ରାଶିଙ୍କ ବେଶ୍ ଅନୁକୂଳ ରହିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶି ପାଇଁ ଆଗାମୀ ସପ୍ତାହରେ କିଭଳି ରହିବ ? 

1/12

ମେଷ: ସେପ୍ଟେମ୍ବରର ପ୍ରଥମ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ରହିବ। କର୍ମକ୍ଷେତ୍ରରେ ଷଡଯନ୍ତ୍ରରେ ଶୀକାର ହୋଇପାରନ୍ତି। କାର୍ଯ୍ୟଭାରକୁ ନେଇ ଚାପ ବଢିପାରେ। ପର୍ଯ୍ୟଟନ, ମାର୍କେଟିଂରେ ଜଡ଼ିତ ଥିବା ଲୋକେ ଅନେକ କ୍ୟାରିୟରରେ ଉତ୍ଥାନ ପତନ ଦେଖାଦେବ। ଧୌର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପଡିପାରେ। ପୌତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତା ବଢିବ। ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ପ୍ରେମୀ-ମାନେ ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟଭଲ ରହିବ। 

ALSO READ: Shani Gochar 2024: ଶନିଦେବ କରିବେ ନକ୍ଷେତ୍ର ପରିବର୍ତ୍ତନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ !

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

2/12

ବୃଷ: ସେପ୍ଟେମ୍ବର ପ୍ରଥମ ସପ୍ତାହ ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ। କ୍ୟାରିୟରକୁ ନେଇ ଖୁସି ଖବର ମିଳିପାରେ। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଭଲ ଚାକିରି ମିଳିପାରେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି।  ଆୟ ଠାରୁ ବ୍ୟୟ ଅଧିକ ରହିବ। କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବାକି ପଡିଥିବା ଟଙ୍କା ମିଳିବ। ଘରକୁ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ଫଳରେ ଖର୍ଚ୍ଚ ବୃଦ୍ଧି ପାଇବ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକ୍ସାମ୍ ପାଉଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖୁବ୍ ଶୁଭ ରହିବ। ଭଲ ରେଜଲ୍ଟ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବା ସହ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତୁ। ଏବଂ ଦାମୀ ଉପହାର ପାଇବେ। ବୈବାହିତ ଜୀବନ ସୁଖମୟ ହେବ। 

 

3/12

ମିଥୁନ:  ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ବିଶେଷକରି, ଚାକିରି ଖୋଜୁଥିବା ଲୋକଙ୍କୁ ସେପ୍ଚେମ୍ବରର ପ୍ରଥମ ସପ୍ତାହରେ ନିଯୁକ୍ତି ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ସରକାରୀ ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତି ମିଳିବା ସହ ଟ୍ରାନ୍ସଫର ହୋଇପାରେ। ଦିର୍ଘ ଦିନର ଆଶା ପୂରଣ ହେବ। ମହିଳା କର୍ମଚାରୀମାନେ କାର୍ଯ୍ୟାଳୟରେ ସମ୍ମାନୀତ ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସପ୍ତାହ ଶେଷ ବେଳେକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଫଳରେ ମେଡିକାର ଖର୍ଚ୍ଚ ବୃଦ୍ଧି ପାଇବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ମିଳିପାରେ। ଆୟ ଠାରୁ ବ୍ୟୟ ଅଧିକ ରହିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ପୁରୁଣା ବିବାଦର ଅନ୍ତ ଘଟିବ। 

 

4/12

କର୍କଟ: ଆନନ୍ଦ ଉଲ୍ଲାସରେ ଏହି ରାଶିଙ୍କ ଆଗାମୀ ସପ୍ତାହ କଟିବ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ମଧ୍ୟ ମାହୋଲ୍ ଭଲ ରହିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିପାରନ୍ତି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ମେଡିକାଲ୍ , ରିସର୍ଚ୍ଚ ଓ ରାଜନୈତିକ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ବଡ଼ ଦାୟିତ୍ବ ମିଳିପାରେ। ଘର କିମ୍ବା ନୂତନ ଗାଡି଼ ମଧ୍ୟ କ୍ରୟ କରିବାର ସମ୍ଭାବନା ରହିଛି। ନିଜ ପରିବାର ଲୋକଙ୍କ ସହ ଦୂର ଯାତ୍ରା କରିପାରନ୍ତି। ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ସାମାନ୍ୟ କଥାକୁ ନେଇ ସମ୍ପର୍କ ଭାଙ୍ଗିପାରେ।  

5/12

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ସେତେଟା ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଧିକ ଚାପ ବଢିବ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିବାଦ ଦେଖାଦେଇପାରେ। ଅଫିସ୍ ଟୁର୍ ରେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବିଶେଷ କରି ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ସମସ୍ୟାରେ ପଡିପାରନ୍ତି। କୌଣସି ପରିସ୍ଥିତିରେ ଚାକିରି ହରେଇପାରନ୍ତି। ଆର୍ଥିକ ସ୍ଥିତି ବିଗିଡିପାରେ। ସପ୍ତାହ ଶେଷରେ ସାଥୀଙ୍କ ପାଇଁ ସପିଂ କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାର। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିବ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା-ପଇସାକୁ ନେଇ କଳହ ଉପୁଜିପାରେ। ସପ୍ତାହ ଶେଷ ବେଳକୁ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ଶୁଣି ପାରନ୍ତି।

 

6/12

କନ୍ୟା: ସେପ୍ଚମ୍ବର ମାସ ପ୍ରଥମ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ମିଳିବ। ନିଜ ବନ୍ଧୁଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ହୋଇପାରେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲକ୍ଟ କରିବେ। କୌଣସି ସ୍ଥାନରୁ ଚାକିରି ନେଇ ଅଫର ଲେଟର ମିଳିପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ପଦୋନ୍ନତି ହେବାର ସମ୍ଭାବନା ରହିଛି। ଧାର୍ମିକା କାର୍ଯ୍ୟକଳାପ ପ୍ରତି ମନବଳିବ। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି । ସେମାନେ ନୂତନ ସାଥୀ ପାଇ ପାରନ୍ତି। ବନ୍ଧୁତାରେ ଥିବା ସମ୍ପର୍କ ପ୍ରେମ ସମ୍ପର୍କରେ ପରିଣତ ହେବ। 

 

7/12

ତୁଳା: ତୁଳା ରାଶିଙ୍କ ପାଇଁ ଆସନ୍ତା ସପ୍ତାହ ଲାଭ ଆଣିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟାଙ୍କ୍ ରୁ ଆଣିଥିବା ଲୋନ୍ କୁ ସୁଝିବାରେ ସକ୍ଷମ ହେବେ। ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ଲୋକେ, ଭାବି ଚିନ୍ତ ନିସ୍ପତ୍ତି ନିଅନ୍ତୁ । ନଚେତ୍ ପସ୍ତେଇବେ। ପୁରୁଣା ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ନିଜ ପରିବାର ସହ ପିକନିକ୍ କରିବାକୁ ଯାଇପାରନ୍ତି। ସପ୍ତାହର ମଧ୍ୟ ଭାଗରେ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ପିତା-ମାତାଙ୍କ ସ୍ବାସ୍ଥ୍ୟ ବସ୍ଥାରେ ସମସ୍ୟା ଦେଖାଦେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଅଯଥା କଥାରେ ଯୁକ୍ତି କରନ୍ତୁ ନାହିଁ। ଭାବପ୍ରବଣ ହୋଇ ନିସ୍ପତ୍ତି ନିଅନ୍ତୁ ନାହିଁ। ବୈବାହିକ ଜୀବନ ସୁଖମୟ ହେବ। 

8/12

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।  ଶତ୍ରୃମାନଙ୍କ ଉପରେ ବିଜୟ ଲାଭ କରିବେ। ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଜଡ଼ତ ଲୋକଙ୍କ ପାଇଁ ସମୟ ଭଲ ରହିବ। ସମ୍ପର୍କୀୟଙ୍କ ସହ ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଦୃଷ୍ଟି କୋଣରୁ ନିଜର ଦୌନନ୍ଦିନ କାର୍ଯ୍ୟ ଓ ଖାଦ୍ୟପେୟକୁ ଠିକ୍ ରଖନ୍ତୁ।ନଚେତ୍ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

9/12

ଧନୁ: ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବ୍ୟସ୍ତତା ଭିତରେ କଟିବ। ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ। ଘରୋଇ ବିବାଦ ଚିନ୍ତାର କାରଣ ହେବ। କୌଣସି କଥାକୁ ନେଇ ଭାଇ -ଭଉଣୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ଦେଖାଦେଇପାରେ। ଜମି-ଜମା ବିବାଦରୁ ଦୂରେଇ ରହିବା ଭଲ। ନଚେତ୍ ଆଇନ୍ ର ଜାଲରେ ଫସି ପାରନ୍ତି। ସଂକ୍ରମଣ ଜନିତ ରୋଗ ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟୀମାନେ ଲାଭାବାନ୍ ହେବା ସହିତ ଚାକିରିଆଙ୍କ ପାଇଁ ଆୟର ନୂତନ ଉତ୍ସ ଖୋଲିବ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ସାଥୀ ସହ ରୋମାଣ୍ଚିକ୍ ଡେଟ୍ ରେ ଯାଇପାରନ୍ତି। 

10/12

ମକର:  ମକର ରାଶିର ଲୋକଙ୍କ ପାଇଁ  ଆଗାମୀ ସପ୍ତାହଟି ଦେଖିଚାହିଁ ଚଳିବାକୁ ପଡିବ। ସପ୍ତାହ ଆରମ୍ଭରୁ କୌଣସି କାରଣରୁ ସ୍ବାସ୍ଥ୍ୟବସ୍ଥା ବିଗିଡି ପାରେ।  ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅର୍ଥହାନୀରଯୋଗ ରହିଛି। ସପ୍ତାହ ମଧ୍ୟଭାଗରେ ନିଜ ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ପାଇବେ। ନିଜ ପୁରୁଣା ବନ୍ଧୁଙ୍କୁ ଭେଟିବେ। ବ୍ୟବସାୟୀଙ୍କ ପାଇଁ ଆଗାମୀ ସପ୍ତାହ ଚ୍ୟାଲେଜିଂ ରହିବ। ବ୍ୟବସାୟରେ ବଡ଼ ଅସ୍ଥିରତା ଦେଖାଦେବ। ପ୍ରେମୀମାନେ କୌଣସି ନିସ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଏବଂ ଆଗକୁ ବଢନ୍ତୁ। 

11/12

କୁମ୍ଭ : ଆଗାମୀ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ଆର୍ଥିକ ସ୍ଥିତି ବିଗିଡି ପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନିକଟରେ, ସମ୍ପତି କିଣିଥିବାରୁ ହାତ ଖାଲି ରହିବ। ନିଜ ସମ୍ପର୍କୀୟଙ୍କ ଠାରୁ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ହାତପତେଇବାକୁ ପଡିପାରେ। ସପ୍ତାହ ମଧ୍ୟ ଭାଗରେ ଘରକୁ ଅତିଙ୍କ ଆଗମନ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଲଗାଇବେ ନାହିଁ। କୌଣସି ବଡ଼ କଥାକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମର ଫଳ ମିଳବ । ବୈବାହିକ ଜୀବନ ସୁଖମୟ ହେବ।

12/12

ମୀନ:  ଏହି ରାଶିଙ୍କ ପାଇଁ ଆସନ୍ତା ସପ୍ତାହ ଚ୍ୟାଲେଜିଂ ରହିବ। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟକୁ ନେଇ ଟେନସନରେ ରହିବେ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ମନମାଳିନ୍ୟ ହୋଇପାରେ। ଘରୋଇ କଳହ ଦେଖାଦେଇପାରେ। କାହାକୁ କିଛି କହିବା ପୂର୍ବରୁ ଭାବିଚିନ୍ତି କଥା ହୁଅନ୍ତୁ। ନଚେତ୍ ଅସୁବିଧାରେ ପଡିବେ। ପୁରୁଣା ରୋଗ ଶରୀର ପୀଡା ବଢାଇବ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣରୁ ଦୂରେଇ ରହିବା ଭଲ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ ବଡ଼ କ୍ଷତି ସହିପାରନ୍ତି। ବିବାଦ ସତ୍ତ୍ବେ ବୈବାହିତ ଜୀବନ ସୁଖମୟ ରହିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)