Puri News: ଆଜିଠୁ ପବିତ୍ର ପଞ୍ଚୁକ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
Puri News: ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଶ୍ରୀମନ୍ଦିରରେ ସଅଳ ଦ୍ଵାରଫିଟା ହେବା ସହ ଜଗନ୍ନାଥ ଦର୍ଶନ ପାଇଁ ଲାଗିଛି ଗହଳି ଚହଳି ।ଗତକାଲି ଠାରୁ ମହାପ୍ରଭୁଙ୍କ ସ୍ଵତନ୍ତ୍ର ରାଧା ଦାମୋଦର ବେଶ ଶେଷ ହୋଇଥିବା ବେଳେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଆଜି ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
Puri News: ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଶ୍ରୀମନ୍ଦିରରେ ସଅଳ ଦ୍ଵାରଫିଟା ହେବା ସହ ଜଗନ୍ନାଥ ଦର୍ଶନ ପାଇଁ ଲାଗିଛି ଗହଳି ଚହଳି ।ଗତକାଲି ଠାରୁ ମହାପ୍ରଭୁଙ୍କ ସ୍ଵତନ୍ତ୍ର ରାଧା ଦାମୋଦର ବେଶ ଶେଷ ହୋଇଥିବା ବେଳେ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଆଜି ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ନିତି ସୃଙ୍ଖଳିତ ଲାଗି ଗତକାଲି ଠାରୁ ଶ୍ରୀମନ୍ଦିରରେ ଧ୍ୱଜାବନ୍ଧା ନିତି କୁ ସଅଳ କରାଯାଇଛି। ଅପରାହ୍ନ ୩.୩୦ରୁ ୪ଟା ମଧ୍ୟରେ ଗତକାଲିଠାରୁ ଧ୍ୱଜତେବେ ଚଳିତ ଥର ତିଥି କ୍ଷୟ ଯୋଗୁଁ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ହେବ ପଞ୍ଚୁକ।
ତେଣୁ ଚତୁର୍ଦ୍ଦଶୀର ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହେବନାହିଁ । ଅନ୍ୟପଟରେ ପଞ୍ଚୁକରେ ଭିଡକୁ ନଜରରେ ରଖି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭିଡକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ କରିବା ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କୁ ରହିଛି ଅନୁମତି । ଅନ୍ୟ ତିନି ଦ୍ଵାରରେ ପ୍ରବେଶ ବାରଣ କରାଯାଇଥିବା ବେଳେ ,ପ୍ରସ୍ଥାନ କରିପାରିବେ ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପ୍ରଶାସନ ତରଫରୁ ଇନ୍ସିଡେଣ୍ଟ ଫ୍ରି ଆରେଞ୍ଜମେଣ୍ଟ କରାଯାଇଛି । ଆସନ୍ତା ୧୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସମସ୍ତ ବିଭାଗ ସହ ବୈଠକ ପରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ସିଂହଦ୍ୱାରରେ ପ୍ରବେଶ ଅନୁମତି ରହିଛି । ଅନ୍ୟ ତିନିଟି ଦ୍ଵାରରେ ପ୍ରସ୍ଥାନ କରିବା ପାଇଁ ରହିଛି ଅନୁମତି। ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ତିନି ଥାକିଆ ବେରିକେଡିଂ ବ୍ୟବସ୍ଥା ରହିଥିବା ବେଳେ ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବିଛି ବେରିକେଡ। ମାର୍କେଟ ଛକ ଠାରୁ ନୋ ଭେହିକିଲ୍ ଜୋନ କରାଯିବା ସହ ମାର୍କେଟ ଛକ ଠାରୁ ମର୍ଚ୍ଚିକୋଟ,ମର୍ଚିକୋଟ ଠାରୁ ଶ୍ରୀନଅର ,ଶ୍ରୀନଅର ଠାରୁ ସିଂହଦ୍ୱାର ,ଏଇଭଳି ତିନି ପର୍ଯ୍ୟାୟରେ ହୋଇଛି ବ୍ୟାରିକେଡିଂ ସିଷ୍ଟମ । ଚାରିଦ୍ୱାର ସେଡ ସମେତ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ସେଡରେ ରହିଛି ଫ୍ୟାନ ଲାଇଟ୍ ବ୍ୟବସ୍ଥା ।
ଏହାସହିତ ସିଂହଦ୍ୱାରେ ଲାଗିଥିବା ଏଲ ଇ ଡି ରେ ଭକ୍ତଙ୍କୁ ନୀତି ବିଷୟରେ ନିୟମିତ ସୂଚନା ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି। ଅଗ୍ନିଶମ ବିଭାଗକୁ ମଧ୍ୟ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ସେପଟେ ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏଥିପାଇଁ ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଡଙ୍ଗା ଭସାକୁ ନଜରରେ ରଖି,ସମୁଦ୍ର ତଟ ଓ ତୀର୍ଥ ପୁଷ୍କରିଣୀରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଅନ୍ୟପଟରେ ଟି ପି ସି ଓ ଡି ଏଲ , ଓବିସିସି , ୱାଟକୋ ସମେତ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।