Prathamastami 2023: ମଙ୍ଗଳବାର ପ୍ରଥମାଷ୍ଟମୀ  (Prathamastami 2023)। ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ପୋଢୁଆଁ ହେବେ ଘରର ବଡ଼ ପୁଅ ଓ ଝିଅ । ସେପଟେ ମାର୍ଗଶୀର ଅଷ୍ଟମ ତିଥିରେ ଶ୍ରୀମନ୍ଦିରରେ (Srimandir) ପୋଢୁଆଁ ହେବେ ବଡ଼ଠାକୁର । ପ୍ରଥମାଷ୍ଟମୀ ଉପଲକ୍ଷେ ନିଆଳି ଶ୍ରୀମାଧବ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର ।


COMMERCIAL BREAK
SCROLL TO CONTINUE READING

ନିଆଳିର ପ୍ରଭୁ ମାଧବାନନ୍ଦଜୀଉ ହେଉଛି ମହାପ୍ରଭୁଙ୍କ (Mahaprabhu) ମାମୁଁ ଘର । ବହୁ ପୂର୍ବରୁ ପ୍ରଭୁ ମାଧବାନନ୍ଦଙ୍କ ମନ୍ଦିରରେ (Madhabananda Temple) ଅନେକ ଭୂସମ୍ପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଦିଆଯାଇଥିଲା । ସେହି ଜମି ଉତ୍ପାଦିନ ସାମଗ୍ରୀକୁ ଆଣାଯାଇ ବଡ଼ ଦେଉଳରେ ପୋଢୁଆଁ ଭାର ରୂପେ ଦିଆଯାଉଥିଲା । ପରେ କୌଣସି କାରଣବଶତଃ ଏହା ପାଳନ ହୋଇପାରି ନଥିଲା । ପରେ ନିଆଳି ବାସିନ୍ଦା ଏକତ୍ର ନିଷ୍ପତି ନେଇ ଗତ ୩ରୁ ୪ ବର୍ଷ ହେବ ମହାପ୍ରଭୁଙ୍କ ପାଇଁ ପୋଢୁଆଁ ଭାର ଆଣି ଶ୍ରୀ ମନ୍ଦିରରେ ଦେଇଛନ୍ତି । ପ୍ରଥମାଷ୍ଟମୀ (Prathamastami) ଉପଲକ୍ଷେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ କାଳିଆ ଠାକୁର, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ଯିବ ପାଟବସ୍ତ୍ର (Pata bastra) ସହ ପୋଢୁଆଁ ଭାର । ଏଥିରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼ ସହ ବିଭିନ୍ନ ପ୍ରକାରର ଫଳମୂଳ ତୁଳସୀ ଓ ପଦ୍ମଫୁଲ ରହିଥାଏ । ଏକ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ନୃତ୍ୟ କରାଯାଇ ଏହି ପୋଢୁଆଁ ଭାର ଶ୍ରୀମନ୍ଦିରକୁ ଆସିଥାଏ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ଅଳ୍ପ ସମୟ ମଧ୍ଯରେ ପୋଢୁଅଁ ଭାର ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଏନେଇ କଟକ ଜିଲ୍ଲା ନିଆଳି ମାଧବାନନ୍ଦଜୀଉ ମନ୍ଦିର ଚଳଚଞ୍ଚଳ ହୋଇଉଠିଛି ।


Aslo Read-Zero Death Week: ‘ଶୂନ୍ୟ ମୃତ୍ୟୁ ସପ୍ତାହ’: ୩ ଦିନରେ ଗଲାଣି ୩୦ରୁ ଉର୍ଦ୍ଧ୍ବ ଜୀବନ


ପ୍ରକାଶ ଥାଉ କି, ସେପଟେ ଆଜି ପବିତ୍ର ମାର୍ଗଶୀର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ପଇତାଲାଗି ନୀ ତି(Paita Lagi ritual) ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ପ୍ରାୟ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ  ସୂଚନା ଦିଆଯାଇଛି ।