ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁଯାୟୀ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେନେଇ ସନ୍ତୋଷଜନକ ଉତ୍ତର ରଖିବାକୁ ଉଭୟଙ୍କୁ ୭ ଦିନର ସମୟ ଦିଆଯାଇଛି । ଧାର୍ଯ୍ୟ ସମୟ ଭିତରେ ଉତ୍ତର ନରଖିଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଅଛି ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ, ନୋଟିସରେ କୁହାଯାଇଛି ଯେ, ଗତ ତା ୧୬-୧୨-୨୪ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ । ଏହି ଘଟଣାକୁ କାରଣରୁ ଶ୍ରୀମନ୍ଦିର ପରିସରରେ ସେତେବେଳ ଉପସ୍ଥିତ ଥିବା ଭକ୍ତଙ୍କମାନେ ଶୃଙ୍ଖଳା ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେହିପରି ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହୋଇଥିଲା । ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ସନ୍ତୋଷଜନକ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି । 


ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ନୋଟିସ୍ ଜାରି କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ କଦାପି ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର ଗାରିମା ଉପରେ ପ୍ରଭାବ ପକାଉଥିବା ଏଭଳି ଘଟଣା ଉପରେ କଡା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଗ୍ରହଣ କରାଯିବ ।


ଆପଣଙ୍କୁ କହିରଖୁଛୁ ଯେ, ଗତ ଡିସେମ୍ୱର ୧୫ ତାରିଖ ଦିନ ଶ୍ରୀମନ୍ଦିର ଭିତରେ ଘଟିଥିଲା ଅଭାବନୀୟ ଘଟଣା। ଶ୍ରୀମନ୍ଦିର ଭିତରେ ଦୁଇ ସେବକଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ ସହ ମାରପିଟ୍। ଉଭୟ ମହାପ୍ରଭୁଙ୍କ ମୁଖପଖାଳ ସେବକ। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ହୋଇଥିଲା ମାରପିଟ୍। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ଆକ୍ରମଣ ହୋଇଥିଲା। ଉଭୟ ସେବକ ସେବକ ମଧ୍ୟରେ ଆକ୍ରମଣ ହୋଇ ଘଟଣା ଥାନା ପର୍ଯ୍ୟନ୍ତ ଯାଇଥିଲା। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଥିଲେ। ସିଂହଦ୍ଵାର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ।


Also Read- ପଟ୍ଟାମୁଣ୍ଡାଇରେ ଅଘଟଣ, ଓଲଟିଲା ଯାତ୍ରୀବାହୀ ବସ୍, ୬ ଆହାତ


Also Read- Lucky Zodiac Sign: ୨୨ ଡିସେମ୍ୱରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ