Odisha News: କଟକ: ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ବର୍ଷର ଏମବିବିଏସ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଜଣାପଡ଼ିଛି। ଅଧ୍ୟକ୍ଷଙ୍କ ହ୍ୱାଟସଆପ ନମ୍ବରକୁ ଏକ ଅଜଣା ନମ୍ବରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷା ନିଜେ ହଷ୍ଟେଲକୁ ଯାଇ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି। କିନ୍ତୁ ତଦନ୍ତ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସସିବି ଅଧ୍ୟକ୍ଷା ତଥା ଡିନ ପ୍ରଫେସର ଡାକ୍ତର ଲୁସି ଦାସ। ଡାକ୍ତର ଦାସ କହିଛନ୍ତି ଯେ ରାଗିଂ ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମେଲ ମାଧ୍ୟମରେ ମଧ୍ୟ କୌଣସି ଅଭିଯୋଗ ପାଇନାହୁଁ। କେବଳ ଏକ ଅଜଣା ନମ୍ବରରୁ ହ୍ୱାଟସଆପରେ କିଛି ଲେଖା ଆସିଥିଲା। ଏହାକୁ ପାଇବା ପରେ ତୁରନ୍ତ ସେ କଲେଜ ହଷ୍ଟେଲରେ ପହଞ୍ଚିଥିଲେ। ସେଠାରେ ପିଲାଙ୍କୁ ପଚରାଉଚୁରା କରିଥିଲେ। 


COMMERCIAL BREAK
SCROLL TO CONTINUE READING

କିନ୍ତୁ ସେଭଳି କୌଣସି ଅଭିଯୋଗ ପାଇନଥିବା ଡାକ୍ତର ଦାସ ସୂଚନା ଦେଇଛନ୍ତି। ପଚରାଉଚୁରା ପରେ କୌଣସି ଗୁରୁତର ରାଗିଂ ହୋଇନଥିବା ଜଣାପଡ଼ିଥିଲେ ବି ତୁରନ୍ତ ହଷ୍ଟେଲ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥି ସହିତ ତୁରନ୍ତ ଆଣ୍ଟି ରାଗିଂ କମିଟି ଓ ହଷ୍ଟେଲ କମିଟି ବୈଠକ ଡକାଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏସସିବି ପ୍ରଥମ ବର୍ଷର ଛାତ୍ରଙ୍କୁ ଉପର ବ୍ୟଚର କେତେକ ଛାତ୍ର ମୁଣ୍ଡ ତଳକୁ କରି ଚାଲିବା ସହତ କେମିତି କଥା କହିବ, ସେ ସମ୍ପର୍କରେ ତାଗିଦ କରୁଛନ୍ତି ବୋଲି ଅଧ୍ୟକ୍ଷାଙ୍କ ପାଖକୁ ଆସିଥିବା ନେଇ ଏକ ମେସେଜ ଆସିଥିଲା। ଏସବୁ ଘଟଣା ସ୍ୱାଭାବିକ। ଏଥିରେ କଲେଜକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସିନିୟର ଡାକ୍ତରୀ ଛାତ୍ରୀ ସୂଚନା ଦେଇଛନ୍ତି।