Vande Bharat Express: ଦେଶର ଟପ୍ କ୍ଲାସ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat express) କିଏ ବା ବସିବାକୁ ନ ଚାହିଁବ । ତେବେ ଅନ୍ୟ ଟ୍ରେନ ଅପେକ୍ଷା ଏହାର ଟିକେଟ୍ ଦର ବେଶ ଅଧିକା ରହିଥାଏ । କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କ ପିଲାଙ୍କୁ ଏହି ଟ୍ରେନରେ ମାଗଣା ଯାତ୍ରା କରିବା ଲାଗି ସୁଯୋଗ ମିଳିବ ତ ଆପଣ କ'ଣ କରିବେ । ଆପଣ ଭାବୁଥିବେ ଏହା କିପରି ସମ୍ଭବ । ନିକଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏନେଇ ଘୋଷଣା କରିଛନ୍ତି । ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସରସ୍ୱତୀ ବିଦ୍ୟା ମନ୍ଦିରର (Saraswati Shishu Mandir) ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏକ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯିବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବନ୍ଦେ ଭାରତରେ ମାଗଣା ଯାତ୍ରା କରିବା ଲାଗି ସୁଯୋଗ ଦିଆଯିବ ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ (Railway Minister Ashwini Vaishnaw) ରବିବାର ଦିନ କଟକ ସ୍ଥିତ ଏକ ସରସ୍ୱତୀ ବିଦ୍ୟା ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ରେଳ ମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ରେଳ ମନ୍ତ୍ରୀ କହିଥିଲେ, 'ଯେତେବେଳେ ଛାତ୍ରଛାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସର ଭିଡିଓ ଦେଖିଥିଲେ, ସେତେବେଳେ ସେମାନେ ଏଥିରେ ଯାତ୍ରା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଆଉ ମଧ୍ଯ କହିଛନ୍ତି, ଏକ ପ୍ରତିଯୋଗିତାର ଆୟୋଜନ କରାଯିବ। ଏହି ପ୍ରତିଯୋଗିତାରେ ମନୋନୀତ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ବନ୍ଦେ ଭାରତ ମାଗଣା ଯାତ୍ରା (free travel opportunity in Vande Bharat) କରିବା ଲାଗି ସୁଯୋଗ ଦିଆଯିବ ।


ପ୍ରକାଶଥାଉ କି, ଗତ ମେ ମାସ ୧୮ ତାରିଖ ଦିନ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ଼ରେ ଏହି ସେମି ହାଇସ୍ପିଡ଼ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik), ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Ashwini Vaishnaw) ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ (Dharmendra Pradhan) ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିଥିଲେ । ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ (Vande Bharat Express) ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହା ଦ୍ୱାରା ଯାତ୍ରୀ ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିଥାଏ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ୍ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର (Automatic Closing Door) ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା (CCtv camera) ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରାଜ୍ୟରେ ଗୁରୁବାର ଦିନକୁ ବାଦ ଦେଲେ ବନ୍ଦେ ଭାରତ ସପ୍ତାହର ଅନ୍ୟ ଦିନରେ ପୁରୀରୁ ହାୱଡ଼ା ଚଳାଚଳ କରୁଛି ।


Also Read- ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ୨୪ରେ ପହଁଞ୍ଚିଲା ଗିରଫ ସଂଖ୍ୟା


ଗତ ଏପ୍ରିଲ ମାସ ୨୮ ତାରିଖରେ ଏହାର ପ୍ରଥମ ଟ୍ରାଏଲ ରନ୍‌ (trial run) କରାଯାଇଥିଲା। ଟ୍ରାଏଲ ରନ୍‌ ପାଇଁ ହାୱାଡାରୁ (Howrah to Puri) ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ (Vande Bharat Express)। ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍  ଖଡ଼ଗପୁର, ଭଦ୍ରକ,  ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ (Puri) ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା ।