ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ୨୪ରେ ପହଁଞ୍ଚିଲା ଗିରଫ ସଂଖ୍ୟା
Advertisement
Article Detail0/zeeodisha/odisha1823730

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ, ୨୪ରେ ପହଁଞ୍ଚିଲା ଗିରଫ ସଂଖ୍ୟା

Phiringia Police Station: ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ତାଙ୍କୁ ଜିଲ୍ଲା ଏପସି ଅଫିସକୁ ବଦଳ କରାଯାଇଥିଲା । ତେବେ ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳ ସ୍ତରର ନେତାଙ୍କ ନାଁରେ ମଧ୍ଯ ମାମଲା ରୁଜୁ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Phiringia Police Station: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଓ ଭଙ୍ଗାରୁଜା ଘଟଣାରେ (Phiringia police station vandalism case) ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ପୂର୍ବତନ ସରପଞ୍ଚ ବିଶ୍ବରଂଜନ କହଁର ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ନୟାଗଡ଼ରୁ ବାନ୍ଧିଥିବା ସୂଚନା ମିଳିଛି । ବିଶ୍ବରଂଜନଙ୍କ ସମେତ ପୋଲିସ ଏହି ମାମଲାରେ ଏଯାବତ ୨୪ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଏହା ପୂର୍ବରୁ ଫିରିଙ୍ଗିଆ ଥାନା ବଦଳି ହୋଇଥିବା ଆଇଆଇସି ତପନ ନାହକଙ୍କୁ ପୋଲିସ ଡିଜି ସୁନୀଲ ବନସଲ ସସପେଣ୍ତ କରିଛନ୍ତି ।  ହିଂସାକାଣ୍ତ ବେଳେ ସେ ଥାନା ଛାଡ଼ି ପଳାଇଥିଲେ । କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ସସପେଣ୍ତ କରାଯାଇଛି । ଏହା ପୂର୍ବରୁ ତାଙ୍କୁ ଜିଲ୍ଲା ଏପସି ଅଫିସକୁ ବଦଳ କରାଯାଇଥିଲା । ତେବେ ଏହି ମାମଲାରେ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳ ସ୍ତରର ନେତାଙ୍କ ନାଁରେ ମଧ୍ଯ ମାମଲା ରୁଜୁ କରାଯାଇଛି । ଫିରିଙ୍ଗିଆ ବ୍ଲକ ଉପାଧ୍ଯକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନ୍ୟ ୫ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ଯଥା- ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଭୃଙ୍ଗିଯୋଡ଼ି  ସରପଞ୍ଚ ଆସିଆ କହଁର, ସାଡ଼ିଙ୍ଗିଆ ସରପଞ୍ଚ ଲାସନ କହଁର, ଉପରପଙ୍ଗା ସରପଞ୍ଚ ସୁଶାନ୍ତ କହଁର ଓ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, କେଲାପଡ଼ା ସମିତି ସଭ୍ୟ ବୈରାଗୀ କହଁର, ଫିରିଙ୍ଗିଆ ସମିତି ସଭ୍ୟ ମୌସୁମୀ କହଁର ଓ ରତଙ୍କ ସମିତି ସଭ୍ୟ ବିରଞ୍ଚି ମଲ୍ଲିକଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ।

ପ୍ରକାଶ ଥାଉ କି, ପୂର୍ବତନ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ (Ganja smuggling) କରୁଥିବା ୨ ଜଣ ହୋମ୍‌ଗାର୍ଡ଼ଙ୍କ (Home Guard ) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଗଷ୍ଟ ୫ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ବ୍ଲକ୍ କାର୍ଯ୍ୟାଳୟ (Phiringia block office) ନିକଟ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟନରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏସ୍‌ଡିପିଓ (SDPO) ସୁପ୍ରସନ୍ନ ମଲିକ ଏ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଓ ତହସିଲଦାରଙ୍କ (Tahsildar) ଉପରକୁ ଆକ୍ରମଣ କରିଥିଲେ। ପୋଲିସ ହସ୍ତକ୍ଷେପ କରିବା ପରେ ସେଠାରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା। ପ୍ରାୟ ୫୦୦ରୁ ଅଧିକ ଲୋକେ ଫିରିଙ୍ଗିଆ ଥାନା ଭିତରକୁ ଧସେଇ ପଶିବା ସହ ଜବତ ଚୋରା ବାଇକ୍ ଓ ଚାରି ଚକିଆ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏମିତି କି, ମାଲ୍‌ଖାନାରେ ଗଚ୍ଛିତ ଥିବା ଜବତ ଗଞ୍ଜେଇକୁ ମଧ୍ୟ ଜାଳି ଦେଇଥିଲେ। ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ‌ହୋଇଥିଲା।

Also Read-Weather Update: ଏହି ଦିନ ଯାଏଁ ବର୍ଷାରେ ଭିଜିବ ସାରା ରାଜ୍ୟ, ୧୧ ଜିଲ୍ଲାରୁ ୱାର୍ଣ୍ଣିଂ ଜାରି

Also Read-Horoscope Today Aug 14 2023: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ସୋମବାର

ପୋଲିସ ଗଞ୍ଜେଇ କାରବାର (Ganja smuggling) କରୁଥିବା ଅଭିଯୋଗକୁ ନେଇ ଫିରିଙ୍ଗିଆ ଥାନାରେ (Phiringia police) ଲୋକଙ୍କ ଲଙ୍କାକାଣ୍ତ ପରେ ଥାନା ଆଇଆଇସି ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯିବା ସହ ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ବିରତ ରଖାଯାଇଥିଲା । ତେବେ ଏହି ଘଟଣା ପରେ ତଦନ୍ତ ଭାର ଡ଼ିଏସପି କମଲ କୁମାର ପଣ୍ତାଙ୍କୁ ଦିଆଯାଇଥିବା ବେଳେ ରମେଶ ପ୍ରଧାନଙ୍କୁ ଫିରିଙ୍ଗିଆ ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ବ ଦିଆଯାଇଥିଲା।