Ramadevi University: ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୂରୀ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜର ଇସ୍ତଫା ପତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଇସ୍ତଫାପତ୍ରକୁ ରାଜଭବନ ଗ୍ରହଣ କରିଛି। ହଠାତ ଅପରାଜିତାଙ୍କ ଇସ୍ତଫା ପରେ ଅସ୍ଥାୟୀ କୁଳପତି ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଚଣ୍ଡିଚରଣ ରଥଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ କୁଳପତିଙ୍କ ଅଚାନକ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। 


COMMERCIAL BREAK
SCROLL TO CONTINUE READING

ପ୍ରଫେସର ଚୌଧୂରୀଙ୍କର ଗତ ନଭେମ୍ବର ମାସରେ କାର୍ୟ୍ୟକାରଳ ସରୁଥିବା ବେଳେ ରାଜ୍ୟ ସରକାର ୬ ମାସ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଅଚାନକ କୁଳପତି କାହିଁକି ପଦରୁ ଇସ୍ତଫା ଦେଲେ ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି। ତେବେ ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ନେଇ ଦର୍ଶାଇଛନ୍ତି। କିଛି ଦିନ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କ ନିକଟକୁ ପଠାଇଥିଲେ। ଯାହାକୁ ରାଜ୍ୟପାଳ ରଘୁବର ଦାସ  ଗ୍ରହଣ କରିଥିଲେ।