ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ପ୍ରଥମେ ଭିତର ରତ୍ନ ଭଣ୍ଡାର ଏବଂ ପରେ ବାହାର ରତ୍ନ ଭଣ୍ଡାରର ମରାମତି ହେବ। ଏଥିରେ କେଉଁ ପଥର, କେଉଁଠି ଲାଗିବ ସେ ବିଷୟରେ ଏଏସ୍‍ଆଇ ଏବଂ ସେବାୟତ ସହମତ ହୋଇଛନ୍ତି। ଏହି ଅନୁସାରେ ଆସନ୍ତା ତିନିମାସ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‍ଆଇ ପ୍ରସ୍ତାବ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଆଜି ଶ୍ରୀମନ୍ଦିର ପ୍ରଶାସକ ଏବଂ ଏଏୌସ୍‍ଆଇ ଅଧିକାରୀଙ୍କ ଉପସ୍ଥିତିରେ ଛତିଶା ନିଯୋଗ ବୈଠକ ବସିଥିଲା। ସନ୍ଧ୍ୟାରେ ବସିଥିବା ଏହି ବୈଠକ ଆଜି ୧୭ ତାରିଖଠାରୁ ଶ୍ରୀମନ୍ଦିରରେ ନୀତି କାନ୍ତିକୁ ଆଗୁଆ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଶ୍ରୀମନ୍ଦିରର ଦ୍ୱାରଫିଟା ରାତି ୨ଟାରୁ ହେବ। ଦିନ ୧୨ଟା ୩୦ ସୁଦ୍ଧା ୨ୟ ଭୋଗ ମଣ୍ଡପ ଶେଷ ହେବ। ଏହାପରେ ଆରମ୍ଭ ହେବ ମରାମତି କାର୍ଯ୍ୟ। ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ। ସନ୍ଧ୍ୟା ୫ଟାରେ ମଇଲମ ଓ ବେଶ ଅନୁଷ୍ଠିତ ହୋଇ ପୁଣି ଦୈନନ୍ଦିନ ସେବା କାର୍ଯ୍ୟ ଆରମ୍ଭ ହେବ। ମରାମତି ସମୟରେ କୌଣସି ଭକ୍ତିଙ୍କୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ମିଳିବ ନାହିଁ ବୋଲି ଆଜି ନିଷ୍ପତ୍ତି ହୋଇଛି। 


ପୁଣି ବିଶେଷ ଦିନ ଯେମିତି ନୂଆବର୍ଷ ହେଲା କି ଡିସେମ୍ବର ୩୧ ହେଲା ଅଥବା ଶନିବାର ରବିବାର ଦିନ ପ୍ରବଳ ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଏ ନୀତିରେ ପରିବର୍ତ୍ତନ ହୋଇପାରେ। 


ମରାମତି କାର୍ଯ୍ୟକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ୧୯୭୮ ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରକୁ ଅସ୍ଥାୟୀ ଭଣ୍ଡାର ଘରେ ରଖାଯାଇଛି। ମରାମତି କାର୍ଯ୍ୟ ଶେଷ ହେବାପରେ ଗଣତିମଣତି କରାଯାଇ ତାହାକୁ ସ୍ଥାୟୀ ଭାବେ ରଖାଯିବ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।