Road Accident: ଏମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଘର ଭିତରେ ଶୋଇଥିବା ବେଳେ ମାଡିଗଲା ଡମ୍ପର୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠାରେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ, ସୁଧିର ଜେନା ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଜେନା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ଜୀବନ


ALSO READ: Monsoon: ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ, ସୂଚନା ଦେଲା ପାଣିପାଗ ବିଭାଗ


ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ଡମ୍ଫରଟି ଚିପ୍ସ ନେଇ ନେଇ ଆସୁଥିଲା। ଆମ୍ବଳିଅଠା ଛକ ନିକଟରେ ଭାରସାମ୍ୟ ହରାଇ ଡମ୍ଫରଟି ସୁଧିରଙ୍କ ଘର ଉପରେ ମାଡ଼ି ଯାଇଥିଲା। ଏହି ସମୟରେ ଘର ଭିତରେ ସୁଧୀର ଓ ତାଙ୍କ ସ୍ତ୍ରୀ ଶୋଇଥିଲା ବେଳେ ଉଭୟଙ୍କ ଉପରେ ଡମ୍ପର ଚଢି ଯାଇଥିଲା। ତେବେ, ଏହି ଦୁର୍ଘଟଣାରୁ ତାଙ୍କ ନାତି ବର୍ତ୍ତି ଯାଇଛି।  ତେବେ, ଦୁର୍ଘଟଣା ପରେ ଡମ୍ପରଟି ଓଲଟି ପଡିଥିଲା। ତେବେ, ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି।  ଏବଂ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରି ଛାନଭିନ୍ ଚଳାଇଛି।