Raod Accident: ରାସ୍ତାକଡ଼କୁ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ୩ ଆହତ
Raod Accident: ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ। ବାଲେଶ୍ବର ଜିଲ୍ଲା ଖଇରାରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା ଗାଡି।
Raod Accident: ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ। ବାଲେଶ୍ବର ଜିଲ୍ଲା ଖଇରାରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା ଗାଡି। ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ, ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ଫେରୁଥିବା ବେଳେ ଅଘଟଣ ଘଟିଥିବା ଜଣାପଡିଛି।
ALSO READ: Lipsa Mishra: ରୁମ୍- ଭିତରୁ ଭାଇରାଲ୍ ହେଲା ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କ ଏହି ଭିଡିଓ, ତାତିଲେ ଫ୍ୟାନ୍ସ
ALSO READ: Guru Ast 2025: ବୃହସ୍ପତିଙ୍କ କୃପାରୁ ନୂଆ ବର୍ଷ ପରେ ୫ ରାଶିଙ୍କ ଆକାଉଣ୍ଟ ହେବ ଫୁଲ୍, କିଣିବେ ନୂଆ ଘର!
ସୂଚନା ଅନୁସାରେ, ଆଜି ଭୋର୍ ସମୟରେ ଏଏସଆଇ ଦୁର୍ଯୋଧନ ଵେହେରା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ୨ ଜଣ ଅଭିଯୁକ୍ତଙ୍କୁ ସୋର କୋର୍ଟରେ ଛାଡି ଫେରୁଥିଲେ। ଖଇରା ଅବକାରୀ ଅଫିସକୁ ଫେରୁଥିବା ବେଳେ ପିତାପାଣିଆ ଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଗାଡି଼ ଓଲଟିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି, ଡ୍ରାଇଭର ସମେତ ଏଏସଆଇ ଦୁର୍ଯୋଧନ ଵେହେରା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ପଠାଇଥିଲା। ହେଲେ ଡ୍ରାଇଭର ଓ ଏଏସଆଇଙ୍କ ଅଵସ୍ଥା ଗୁରୁତର ଉଭୟଙ୍କୁ ଭଦ୍ରକ ମେଡ଼ିକାଲ ରେଫର୍ କରାଯାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।