Crime News: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଲୁଟର ଶିକାର ହୋଇଛନ୍ତି ଜଣେ ଆଳୁ ବ୍ୟବସାୟୀ ।  ଆଜି ଅପରାହ୍ଣ ସମୟରେ ଘଟିଛି ଏହି ଘଟଣା । ଜଣେ ଆଳୁ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ୯ ଲକ୍ଷ ଟଙ୍କା ଲୁଟ କରିଛନ୍ତି ଲୁଟେରା ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଆଳୁ ବ୍ୟବସାୟୀ ବିଶ୍ୱଜିତ ଦାସ ୯ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯିବା ସମୟରେ ତାଙ୍କ ପିଛା କରିଥିଲେ ୩ ମୁଖା ପିନ୍ଧା ଲୁଟେରା । ଶ୍ୟାମସୁନ୍ଦରପୁର ବ୍ରିଜ୍‌ ନିକଟରେ ବିଶ୍ୱଜିତଙ୍କୁ ଅଟକାଇବା ସହ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଟଙ୍କା ଛଡାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ବିଶ୍ୱଜିତ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିବା ସମୟରେ ଜଣେ ଦୁର୍ବୁତ୍ତ ଭୁଜାଲିରେ ତାଙ୍କ ହାତକୁ ଆକ୍ରମଣ କରିଥିଲା । ଫଳରେ ବିଶ୍ୱଜିତଙ୍କ ହାତରୁ ଟଙ୍କା ବ୍ୟାଗଟି ଖସି ପଡିଥିଲା । ଘଟଣାସ୍ଥଳରୁ ଟଙ୍କା ବ୍ୟାଗ ଧରି ଲୁଟେରାମାନେ ଆଖି ପିଛୁଳାକେ ଫେରାର୍ ହୋଇଯାଇଥିଲେ । ପୁରା ଘଟଣା ସମ୍ପର୍କରେ ଲେଖି ଥାନାରେ ଏତଲା ଦେଇଛନ୍ତି ବିଶ୍ୱଜିତ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି ।


ତେବେ ଦିନକୁ ଦିନ କେନ୍ଦ୍ରାପଡାରେ ଚୋରି ଲୁଟ୍ ଘଟଣା କେନ୍ଦ୍ରାପଡାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ନିଛାଟିଆ ରାସ୍ତାରେ ଏକାକି ଯିବାକୁ ଲୋକମାନେ ଭୟ କରୁଥିବା କହିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି କରାଯାଉଛି ।


Also Read- କମାଲ କଲେ ଏହି ବ୍ୟକ୍ତି, ଏହି ଜିନିଷ ଖାଇ କମେଇଲେ ୩୪ କେଜି ଓଜନ


Also Read- Jio Plan: ମାତ୍ର ଏତିକି ଟଙ୍କା ରିଚାର୍ଜରେ ମାଗଣା କଲ୍ ସହ ଇଣ୍ଟରନେଟ୍