କମାଲ କଲେ ଏହି ବ୍ୟକ୍ତି, ଏହି ଜିନିଷ ଖାଇ କମେଇଲେ ୩୪ କେଜି ଓଜନ
Advertisement
Article Detail0/zeeodisha/odisha2365537

କମାଲ କଲେ ଏହି ବ୍ୟକ୍ତି, ଏହି ଜିନିଷ ଖାଇ କମେଇଲେ ୩୪ କେଜି ଓଜନ

Weight Loss Tips:ଅନେକ ଲୋକ ଓଜନ ହ୍ରାସ କରିବାକୁ ଚେଷ୍ଟା କରି ମଧ୍ୟ ଶତ ପ୍ରତିଶତ ସଫଳ ହୋଇପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ମେଦବହୁଳତାର ଶିକାର ହୋଇଛନ୍ତି ଏବଂ ଅଳସୁଆ, ସମୟ ଅଭାବ ହେତୁ ଓଜନ ହ୍ରାସ କରିବା ସମ୍ଭବ ହେଉନାହିଁ ତେବେ ଆପଣ ଶୁଭାଶିଷ ପାଢୀଙ୍କ ନିକଟରୁ ଟିପ୍ସ ନେବା ଆବଶ୍ୟକ ।

କମାଲ କଲେ ଏହି ବ୍ୟକ୍ତି, ଏହି ଜିନିଷ ଖାଇ କମେଇଲେ ୩୪ କେଜି ଓଜନ

Weight Loss Tips: ଓଜନ ବଢାଇବା ଯେତିକି ସହଜ କମାଇବା ସେତିକି କଷ୍ଟ । ଓଜନ ହ୍ରାସ କରିବା ପାଇଁ କଠିନ ବ୍ୟାୟାମ ସହ ଉପଯୁକ୍ତ ଡାଏଟ୍ ପ୍ଲାନ ଆବଶ୍ୟକ । ଅନେକ ଲୋକ ଓଜନ ହ୍ରାସ କରିବାକୁ ଚେଷ୍ଟା କରି ମଧ୍ୟ ଶତ ପ୍ରତିଶତ ସଫଳ ହୋଇପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ମେଦବହୁଳତାର ଶିକାର ହୋଇଛନ୍ତି ଏବଂ ଅଳସୁଆ, ସମୟ ଅଭାବ ହେତୁ ଓଜନ ହ୍ରାସ କରିବା ସମ୍ଭବ ହେଉନାହିଁ ତେବେ ଆପଣ ଶୁଭାଶିଷ ପାଢୀଙ୍କ ନିକଟରୁ ଟିପ୍ସ ନେବା ଆବଶ୍ୟକ ।

ନିଜର ଖାମଖିଆଲି ସ୍ୱଭାବ କାରଣରୁ ଶୁଭାଶିଷଙ୍କ ଓଜନ ହୋଇଯାଇଥିଲା ୧୦୩ କିଲୋଗ୍ରାମ । କୁହାଯାଏ ଯିଏ କଠିନ ପରିଶ୍ରମ କରେ ସେ ସବୁକିଛି ସମ୍ଭବ କରିପାରେ । ୨୪ ବର୍ଷୀୟ ଶୁଭାଶିଷ ମଧ୍ୟ ନିଜର ଓଜନ କମାଇବା ପାଇଁ ଏକ ଚ୍ୟାଲେଞ୍ଜ ନେଲେ । କଠିନ ପରିଶ୍ରମ ଏବଂ ନିଷ୍ଠା ଦ୍ୱାରା ମାତ୍ର ୫ ମାସ ମଧ୍ୟରେ ୩୪ କିଲୋଗ୍ରାମ ଓଜନ କମାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ସେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ଶୁଭାଶିଷଙ୍କର ଓଜନ ୭୦ କିଲୋଗ୍ରାମ ରହିଛି । ଭୁଲ ଖାଦ୍ୟ ଅଭ୍ୟାସ ଏବଂ ଜୀବନଶୈଳୀ କାରଣରୁ ଶୁଭାଶିଷଙ୍କ ଓଜନ ୧୦୩ କେଜି ହୋଇଯାଇଥିଲା । ନିଜର ମେଦବୋହୁଳତା କାରଣରୁ ବହୁତ ପରିହାସର ଶିକାର ହୋଇଥିଲେ ଶୁଭାଶିଷ । ଅନେକ ଲୋକଙ୍କ ଥଟ୍ଟା ମଜା କାରଣରୁ ତାଙ୍କୁ ଅପମାନ ଲାଗୁଥିଲା । ଏଭଳି ପରିସ୍ଥିତିରେ ଚିନ୍ତିତ ହେବା ସହ ନିଜ ଓଜନ ହ୍ରାସ କରିବାକୁ ସେ ସଙ୍କଳ୍ପ ନେଇଥିଲେ ।

 

କିପରି ଥିଲା ଡାଏଟ ପ୍ଲାନ ?
ଶୁଭାଶିଷ ନିଜର ଏକ ଡାଏଟ୍ ପ୍ଲାନ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ସେ ସକାଳ ସମୟରେ ୧ ଗ୍ଲାସ୍ ଲେମ୍ବୁ ପାଣି ନେଉଥିଲେ । ଜଳଖିଆରେ ସେ ନେଉଥିଲେ ୫୦ ଗ୍ରାମ ଦଲିଆ ଏବଂ ୨୦ ଗ୍ରାମ ଶୁଖିଲା ଖାଦ୍ୟ । ସେହିପରି ମଧ୍ୟାହ୍ନ ଭୋଜନରେ ୨ଟି ରୁଟି ସବୁଜ ପନିପରିବା ସହ ସାଲାଡ୍, ୧ ଗ୍ଲାସ୍ ବଟରମିଲ୍କ । ଏଥିସହ ଗୋଟେ କପ୍ ଗ୍ରୀନ୍ ଟି ସେ ଅପରାହ୍ନ ୩ ଟା ସମୟରେ ପିଉଥିଲେ । ସନ୍ଧ୍ୟାରେ ୩୦ ଗ୍ରାମ ଭଜା ଚଣା, ଗୋଟିଏ ପଇଡ । ଏଥିସହ ୧ କପ ପ୍ରୋଟିନ୍ ସେକ୍ ସେ ସନ୍ଧ୍ୟା ୬ଟା ସମୟରେ ନେଉଥିଲେ । ରାତ୍ରୀ ଭୋଜନରେ ୧୦୦ ଗ୍ରାମର ପନିର ସହ ବେସନ ରୁଟି ନେଉଥିଲେ । ଦିନକୁ ୩ ରୁ ୪ ଲିଟର ପାଣି ପିଉଥିଲେ । ଓଜନ ହ୍ରାସ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ଜିନିଷ ଖାଇବା ଅତ୍ୟନ୍ତ ଜରୁରୀ ବୋଲି ଶୁଭାଶିଷ କହିଛନ୍ତି। ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଖାଦ୍ୟରେ ଆପଣ କଦଳୀ, ତରଭୁଜ, ଅଣ୍ଡାର ଧଳା ଅଂଶ, ବାଦାମ ଏବଂ ଡାର୍କ ଚକୋଲେଟ୍, କ୍ଷୀର, ଲେମ୍ବୁ ପାଣି ଇତ୍ୟାଦି ନେବା ଉଚିତ୍ ।

ଶୁଭାଶିଷ କହିଛନ୍ତି ଯେ, ମୋଟାପା କମାଇବା ପାଇଁ ଆପଣ ୧୯୦୦ କ୍ୟାଲୋରୀର ଏକ ଡାଏଟ୍ ପ୍ଲାନ ଅନୁସରଣ କରିବା ଉଚିତ୍ । ଏହା ସହିତ ପ୍ରତ୍ୟକ ଦିନ ଶାରିରୀକ ବ୍ୟାୟମ ଆବଶ୍ୟକ ।

ଶୁଭାଶିଶଙ୍କ ଅନୁଯାୟୀ, ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିଲେ ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ ରଖିଥାଏ । ଆପଣଙ୍କ ଶରୀରରେ ଅଧିକ ଚର୍ବି ଜମା ହୁଏ ନାହିଁ । ସକାଳର ପ୍ରଥମ ଭୋଜନ ବିଳମ୍ବରେ ଖାଇଲେ ଦିନସାରା କମ୍ ଖାଇବାକୁ ପଡିଥାଏ । ଯେଉଁଦିନ ଆପଣ ଅଧିକ ଖାଉଛନ୍ତି ତା ପରଦିନ କେବଳ ଥରେ ଖାଆନ୍ତୁ । ଯଦି ନିଦ ସଂପୂର୍ଣ୍ଣ ହୁଏ ନାହିଁ କିମ୍ବା ଶୋଇବା ସମୟରେ ବାରମ୍ବାର ବାଧାପ୍ରାପ୍ତ ହୁଏ, ତେବେ ଆପଣଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ହେବାକୁ ସକ୍ଷମ ନୁହେଁ । ତେଣୁ ଭଲ ଶରୀର ପାଇଁ ଭଲ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶୁଭାଶିଷ କୁହନ୍ତି ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Jio Plan: ମାତ୍ର ଏତିକି ଟଙ୍କା ରିଚାର୍ଜରେ ମାଗଣା କଲ୍ ସହ ଇଣ୍ଟରନେଟ୍