Sambalpur Accident: ଗତକାଲି ନାବାଳକ ମୃତ୍ୟୁ ଘଟଣାକୁ ନେଇ ରାସ୍ତା ଉପରେ ଶବ ରଖି ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ। ଆଜି ଦିନ ସାଢେ ୧୨ ଟା ରୁ ମୃତ ଦିଶାନ୍ତ ନାୟକଙ୍କ ଶବକୁ ରାସ୍ତା ଉପରେ ରଖି ବିରୋଧ ପ୍ରଦର୍ଶନ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଫ୍ରେଜର କ୍ଲବ ଠାରୁ ମୋଦୀପଡ଼ା ଛକ ପର୍ଯ୍ୟନ୍ତ ପୋଲିସ ଛାଉଣୀ ରହିଛି ।ମୁଖ୍ୟତଃ ସେମାନେ ପରିବାର ଲୋକଙ୍କୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗିରଫ ଲୋକଙ୍କୁ ଛାଡିବା ପାଇଁ ଦାବି ଜଣାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେପଟେ ପୋଲିସ କହିଛି ଯେ ବସଟି କିଭଳି ଭାବରେ ଟାଉନରେ ପ୍ରବେଶ କଲା ସେ ଦିଗରେ ତଦନ୍ତ କରାଯିବ। ପୋଲିସ ଡ୍ରାଇଭର କୁ ଗିରଫ କରିଛି କିନ୍ତୁ ଟୁରିଷ୍ଟଙ୍କର କଣ ଦୋଷ ରହିଥିଲା ଯେ ସ୍ଥାନୀୟ ବାସିନ୍ଦା ତାଙ୍କୁ ପିଟା ମରା କରିବା ସହ ଟେକା ପଥର ମାଡ଼ କରିଥିଲେ। ତା ପରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଲକ୍ଷ୍ମୀ ଟକିଜ ରୋଡ଼ ମୋଦୀ ପଡା ରୋଡ଼ ସହ ଟାଉନ ଥାନା ଅଂଚଳରେ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଆଇନ ଶୃଙ୍ଖଳାକୁ ହାତକୁ ନେଇଥିଲେ। ଏଭଳି କି ଟେକା ପଥର ମଧ୍ୟ ମାଡ଼ କରିଥିଲେ। ତାକୁ ଦୃଷ୍ଟି ରେ ରଖି ୧୨ ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛି ପୋଲିସ।


 



ତେବେ ସୂଚନା ଅନୁସାରେ ମୃତକ ଛାତ୍ର ଜଣଙ୍କ ହେଉଛନ୍ତି ମୁଦିପଡ଼ା ଆମ୍ବେଦକର ନଗରର ୧୪ ବର୍ଷୀୟ ଦିଶାନ୍ତ ନାୟକ । ଦିଶାନ୍ତ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ମାଆଙ୍କ ପାଇଁ ଔଷଧ ଆଣିବାକୁ ସ୍କୁଟି ନେଇ ଯାଉଥିବା ବେଳେ ବିପରୀତ ଦିଗରୁ କୁଞ୍ଜଲତା ଛକ ପଟେ ଯାଉଥିବା ଏକ ବସ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିଶାନ୍ତ ଆଖୁ ବୁଜିଥିଲେ । ଖବର ପାଇ ଟାଉନ ଥାନା ଓ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନାବାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଏହା ସହ ଦୁର୍ଘଟଣା ଘଟାଇଥିବା ବସ ଓ ଚାଳକଙ୍କୁ ଅଟକ ରଖିଛି ପୋଲିସ ।


Also Read: Sambalpur News: ବସ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ