Odisha Election 2024: ରାସେଶ୍ୱରୀଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଦାବୀ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ରାସେଶ୍ୱରୀଙ୍କ ସମର୍ଥକ। ଗୁରୁବାର ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳି ସାରିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ୱରୀଙ୍କ ସମର୍ଥକମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ମ୍ୟାଡମଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ କରି ହୋହାଲ୍ଲା କରିଥିବା ଦେଖିବା ମିଳିଛି। ସେଥିପାଇଁ ରମ୍ବାର ରାସେଶ୍ୱରୀଙ୍କ ଘର ପାଖ ତାଙ୍କ କାର୍ଯ୍ୟାଳୟରେ ସବୁ ଦିନ ସନ୍ଧ୍ୟାରେ ସମର୍ଥକଙ୍କ ଭିଡ଼ ଲାଗି ରହିବା ସହ ରାସେଶ୍ୱରୀଙ୍କୁ ଟିକେଟ ଦେବା ପାଇଁ ଦାବୀ ହେଉଛି।



COMMERCIAL BREAK
SCROLL TO CONTINUE READING

ସେପଟେ ସମ୍ବଲପୁର ବିଧାନସଭା ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିବା ପରେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର। ବିଜେଡିକୁ ପ୍ରାର୍ଥୀ ମିଳୁନଥିବାରୁ ସେ ବାହାର ଜିଲ୍ଲାରୁ ପ୍ରାର୍ଥୀ ଆଣି ଟିକେଟ ଦେଉଥିବା କହିଛନ୍ତି ଜୟନାରାୟଣ । ଯାହାର ଜବାବ ଦେଇଛନ୍ତି ରେଢ଼ାଖୋଲ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ପ୍ରସନ୍ନ ସମ୍ବଲପୁର(Sambalpur)ରୁ ବାରମ୍ବାର ପ୍ରାର୍ଥୀ ହୋଇଥିବା କହିଥିଲେ ରୋହିତ। ତେବେ ସମ୍ବଲପୁର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ(Raseswari Panigrahi) ଟିକେଟ୍ ଆଶାୟୀ ଥିବାରୁ ସେ ପ୍ରସନ୍ନଙ୍କୁ ସମର୍ଥନ କରୁଛନ୍ତି ନା ବିଦ୍ରୋହୀ ସାଜୁଛନ୍ତି ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।