ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ଅଫିସର ସଂଜୀବ ପଣ୍ଡା । ବିଧିବଦ୍ଧ ଭାବେ ଆଜି ଏହି ଦାୟିତ୍ୱ ଗ୍ରହଣ ପର୍ବ ପାଳନ ହୋଇଛି । ବିଦାୟ ନେବା ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ସଂଜୀବ ପଣ୍ଡାଙ୍କୁ ସମସ୍ତ ଦାୟିତ୍ୱ ସମର୍ପଣ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ନୂଆ କମିଶନର ହେବା ପୂର୍ବରୁ ସଂଜୀବ ପଣ୍ଡା ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଏବଂ କ୍ରାଇମବ୍ରାଞ୍ଚର ଏଡିଜି ଭାବେ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି । ଆଜି ନୂତନ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସଂଜୀବ ପଣ୍ଡା କହିଛନ୍ତି ଯେ, ପୋଲିସକୁ ସାଧାରଣ ଜନତାଙ୍କ ସହଯୋଗର ଆବଶ୍ୟକତା ରହିଛି । ସାଧାରଣ ଲୋକଙ୍କ ସହଯୋଗରେ ହିଁ କମିଶନରେଟ ପୋଲିସ ଆଗକୁ ବଢିପାରିବ । ଆଗକୁ ନିର୍ବାଚନ ଥିବାରୁ କିପରି ବିନା କୌଣସି ସମସ୍ୟାରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ତାପାଇଁ ବିଶେଷ ଭାବେ ପ୍ରସ୍ତୁତି କରାଯିବ । ଏଥିସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ବଢୁଥିବା ଅପରାଧିକ କାର୍ଯ୍ୟକଳାପ ଏବଂ ମହିଳାଙ୍କ ସୁରକ୍ଷା ବର୍ତ୍ତମାନ ନୂଆ କମିଶନରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଆଲୋଚନା କରାଯାଉଛି ।


ଅନ୍ୟପଟେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଦିଆଯାଇଛି । ସେଠାରେ ମଧ୍ୟ ସେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିବେ ବୋଲି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାବାର୍ତ୍ତା ଦିଆଯାଇଛି ।


Also Read- ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍


Also Read- Budh Gochar 2024: ଫେବୃଆରୀ ୧ରେ ବୁଧ ଗୋଚର, ଏହି ରାଶିରେ ବଡ଼ ପ୍ରଭାବ