ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍
Advertisement
Article Detail0/zeeodisha/odisha2083347

ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍

Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର ଏବଂ ଫାଷ୍ଟ ଲୁକ୍ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକର କ୍ୟାନ୍ସର ସର୍ଭାଇଭର ସ୍ଵାଗତିକା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥି ସହିତ ଅଭିନେତା ଆକାଶ ଦାସ ନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, ଉଷସୀ ମିଶ୍ର ଏବଂ ସମସ୍ତ ଅଭିନେତା, ଅଭିନେତ୍ରୀ ତଥା ଚଳଚ୍ଚିତ୍ରର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର  ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍

Ollywood News: ଜେଜେଏନଜେ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର ଏବଂ ଫାଷ୍ଟ ଲୁକ୍ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକର କ୍ୟାନ୍ସର ସର୍ଭାଇଭର ସ୍ଵାଗତିକା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏଥି ସହିତ ଅଭିନେତା ଆକାଶ ଦାସ ନାୟକ, ଏଲିନା ସାମନ୍ତରାୟ, ଲିପ୍ସା ମିଶ୍ର, ଉଷସୀ ମିଶ୍ର ଏବଂ ସମସ୍ତ ଅଭିନେତା, ଅଭିନେତ୍ରୀ ତଥା ଚଳଚ୍ଚିତ୍ରର ପ୍ରଯୋଜକ ରୁପେଶ କୁମାର ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର  ପ୍ରମୁଖ ଉପସ୍ଥିତ ଥିଲେ ।

କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ଥିବା ରୁପେଶ କୁମାର ନାୟକଙ୍କର ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । କାହାଣୀରେ ଯେମିତି ରହସ୍ୟ ରୋମାଞ୍ଚ ଭରିରହିଛି ସେମିତି ରହିଛି ପ୍ରେମ ସମ୍ପର୍କ ଓ ସଂଘର୍ଷମୟ ଚିତ୍ର । ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଗୀତ ରଚନା ଡକ୍ଟର ନିର୍ମଳ ନାୟକ ଏବଂ ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ ପଟ୍ଟନାୟକ । ଚିତ୍ରତ୍ତୋଳନ ଭାର ସମ୍ଭାଳିଛନ୍ତି କାହ୍ନୁ ନନ୍ଦ । ସମ୍ପାଦନା ରାଜେଶ ଦାସ, କଳା ନିବାରଣ ଷଡ଼ଙ୍ଗୀ, କୋରିଓଗ୍ରାଫିରେ ଲୁବୁନ ଟୁବୁନ, ଭିଏଫକ୍ସ ଦାୟିତ୍ବରେ ଅମର ଦାଶ ଥିବାବେଳେ ମୁଖ୍ୟ ବ୍ୟବସ୍ଥାପକ ଭାବେ ଚିତ୍ତରଞ୍ଜନ ଆଚାର୍ଯ୍ୟ ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଅଛନ୍ତି । ଅନ୍ୟାନ୍ୟ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ଅସିତ ପତି, ଜୀବନ ପଣ୍ଡା, ଉଷସୀ ମିଶ୍ର, ନମିତା ଦାସ, ଗୁଡ୍ଡୁ, ସନ୍ତୁ, ମିଳନ, ସବିତା, ମମତା, ଜ୍ଞାନ, ଭକ୍ତି, ଶିବ ପୂଜାପଣ୍ଡା ଓ ଶିଶୁ କଳାକାର ଲତାଶା ଖୁରାନା ଇତ୍ୟାଦି ଅଭିନୟ କରିଛନ୍ତି ।

ଫିଲ୍ମଟିର ସମସ୍ତ ସୁଟିଂ ଓ ଏଡିଟିଂ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ଆସନ୍ତା ଫେବୃଆରୀ ୯ ତାରିଖରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମଧ୍ୟରେ ଆର.ଜେ ଗୁଡ୍ଡୀ ଏବଂ ଆର.ଜେ ନିଲ୍ ଙ୍କୁ ଓଡ଼ିଆ ସିନେମାର ପ୍ରଚାର ପ୍ରସାର କ୍ଷେତ୍ରରେ ଅବଦାନ ଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା । ତେବେ ହିମାଂଶୁ ପରିଜା (ଚଣ୍ଡୀ) ଙ୍କର ସମସ୍ତ ଫିଲ୍ମକୁ ଯେମିତି ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି କେମିତି ଏ ସମ୍ପର୍କକୁ ମଧ୍ୟ ଢେର ଭଲ ପାଇବା ଦେବେ ବୋଲି ନିର୍ଦ୍ଦେଶକ ଓ ପ୍ରଯୋଜକ ଆଶାବାଦୀ ।

Also Read- ୯ ହଜାରରୁ କମ ଦାମରେ ମିଳୁଛି Motorola G13, ଜାଣନ୍ତୁ କ'ଣ ରହିଛି ଫିଚର

Also Read- Earthquake in Gujarat: ଭୂକମ୍ପରେ ଦୋହଲିଲା ଗୁଜୁରାଟ, ଜାଣନ୍ତୁ କେତେ ଥିଲା ତୀବ୍ରତା