OPSC New Chairman: ଭୁବନେଶ୍ୱର: ପ୍ରଫେସର ସରିତା ସୂପକାର ଓଡ଼ିଶା ଲୋକସେବା ଆୟୋଗର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ସୂପକାର ଓପିଏସସିର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ। ଓପିଏସସିର ଅଧ୍ୟକ୍ଷ ସନତ କୁମାର ମହାନ୍ତି ମେ ୧୬ ତାରିଖରେ ଅବସର ନେବା ପରେ ଅଧ୍ୟକ୍ଷ ପଦ ଖାଲି ଥିଲା। ଆଜି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଫେସର ସୂପକାର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ଦାୟିତ୍ୱ ନେବା ପରେ ପ୍ରଫେସର ସୂପକାରଙ୍କ ଓପିଏସସିର ଅଧିକାରୀ ତଥା କର୍ମଚାରୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓପିଏସସିକୁ ଅଧିକ କ୍ରିୟାଶୀଳ କରିବାରେ ପ୍ରଫେସର ସୂପକାର ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଓପିଏସସିର ସଦସ୍ୟ ଭାବେ ଅବସରପ୍ରାପ୍ରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ୟାମାଭକ୍ତ ମିଶ୍ର, ପ୍ରଫେସର ଚୌଧୂରୀ ସୂର୍ଯ୍ୟକାନ୍ତ ମିଶ୍ର, ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ଗୌରାଙ୍ଗ ଚରଣ ସାହୁ କାର୍ଯ୍ୟ କରୁଛନ୍ତି।