ଭୁବନେଶ୍ଵର: ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢ଼ାଇବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ ଫାଇନାନ୍ସ ଚାର୍ଜ ପାଇଁ ଫି ସଂରଚନାରେ ସଂଶୋଧନ ଦ୍ୱାରା ହେବ। ଏସବିଆଇ କାର୍ଡ ୱେବସାଇଟ୍ ଅନୁଯାୟୀ, ନମ୍ଭେମ୍ବର ୧ ତାରିଖ ୨୦୨୪ରୁ ଏହା କାର୍ଯ୍ୟକାରୀ ହେବ। ସେହିଭଳି କ୍ରେଡିଟ୍ କାର୍ଡ ଜରିଆରେ ୟୁଟିଲିଟି ବିଲ୍ ଦେୟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଲାଗୁ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ମଧ୍ୟ ଅନେକ ବ୍ୟାଙ୍କ ଏବଂ କାର୍ଡ କମ୍ପାନୀ ଏକ ନିର୍ଦ୍ଦିଷ୍ଟ ସୀମା ପରେ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧ ପ୍ରତିଶତ ଚାର୍ଜ କରିବା ଆରମ୍ଭ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏସବିଆଇ କ୍ରେଡିଟ କାର୍ଡ ମାଧ୍ୟମରେ ଗୋଟିଏ ଷ୍ଟେଟମେଣ୍ଟ ଚକ୍ରରେ ୫୦,୦୦୦ ରୁ ଅଧିକ ୟୁଟିଲିଟି ବିଲ ପେମେଣ୍ଟ ଉପରେ ୧% ଅତିରିକ୍ତ ଚାର୍ଜ ଆଦାୟ କରିବ। ତେବେ, ୫୦ ହଜାରରୁ କମ୍ ୟୁଟିଲିଟି ବିଲ୍ ଦେୟ ଉପରେ କୌଣସି ଅତିରିକ୍ତ ଦେୟ ନିଆଯିବ ନାହିଁ। ଏସବିଆଇ କାର୍ଡ ୱେବସାଇଟ ଅନୁଯାୟୀ, “କାର୍ଡଧାରୀ ଦେୟ ଧାର୍ଯ୍ୟ ତାରିଖ ମଧ୍ୟରେ ତାଙ୍କ ବାଲାନ୍ସକୁ ସମ୍ପୂର୍ଣ୍ଣ ରୂପେ ପ୍ରଦାନ ନ କଲେ ଏବଂ ସମସ୍ତ କାରବାର ଉପରେ ସର୍ବନିମ୍ନ ଫାଇନାନ୍ସ ଚାର୍ଜ ଆଦାୟ ହେବ ଏବଂ କାର୍ଡଧାରୀଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ନଗଦ ଅଗ୍ରୀମ ୨୫ ଟଙ୍କା ଉପରେ ଅତିରକ୍ତ କର ଦେବାକୁ ହେବ। ନଗଦ ଅଗ୍ରୀମ ଉପରେ ଆର୍ଥିକ ଦେୟ କାରବାର ତାରିଖ ଠାରୁ ଦେୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଲାଗୁ ହେବ।