Puri News: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ, ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ଗୁରୁତ୍ୱ
Advertisement
Article Detail0/zeeodisha/odisha2465604

Puri News: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ, ଶୃଙ୍ଖଳିତ ଦର୍ଶନ ଓ ନୀତିକାନ୍ତି ଉପରେ ଗୁରୁତ୍ୱ

Puri News: ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ନିର୍ଘଣ୍ଟ। । କାର୍ତ୍ତିକ ମାସରେ ପ୍ରତ୍ୟେକ ଦିନ ଭୋର ୪ଗରୁ ଶ୍ରୀମନ୍ଦିର ଖୋଲିବ। ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ ଆଦି ଦୈନନ୍ଦିନ ର ନୀତିକାନ୍ତି  ଯଥାରୀତି  ସମ୍ପାଦନ ହେବ। ମହାପ୍ରଭୁଙ୍କୁ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟରେ ପହୁଡ଼ କରାଯିବ। ଏନେଇ ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। 

ଆସନ୍ତା ୧୪ ତାରିଖଠାରୁ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସରେ ବାଳଧୂପ ନୀତି ମଧ୍ୟ ସୃଙ୍ଖଳିତ କରିବାକୁ ଛତିଷାନିଯୋଗ ବୈଠକରେ ନିସ୍ପତ୍ତି ହୋଇଛି। ଛତିଷାନିଯୋଗ ବୈଠକରେ   କାର୍ତ୍ତିକ ମାସ ନିତି ସହ ସଂଶ୍ଳିଷ୍ଟ ସେବାୟତ ନିଯୋଗ ମାନେ ସହ‌ମତି ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ କରିଛି। ମ ହାପ୍ରଭୁଙ୍କ ନୀତି ଯଥାରୀତି ସାରିବାକୁ ଛତିଶା ନିଯୋଗର ପ୍ରତିନିଧିମାନେ ବିଭିନ୍ନ ପରାମର୍ଶ ଦେଇଥିଲେ। କାର୍ତ୍ତିକରେ ରାଈଦାମୋଦର ବ୍ରତ କରିବାକୁ ଶ୍ରୀକ୍ଷେତ୍ରକୁ ଆସୁଥିବା ସମସ୍ତ ହବିଷ୍ୟାଳିଙ୍କୁ ସ୍ବତନ୍ତ୍ର ଲାଇନ୍‌ରେ ଠାକୁର ଦର୍ଶନର ସୁଯୋଗ ମିଳିବ। 

ସେମାନଙ୍କୁ ଠେଲାପେଲାର ସମ୍ମୁଖୀନ ହେବାକୁ ପଡ଼ିବନି। ଏଥିନିମନ୍ତେ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଖରାବର୍ଷରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଗୁରୁତ୍ୱରୋପ କରାଯାଇଛି। ନିତିକାନ୍ତିରେ ଯେଭଳି ବିଭ୍ରାଟ ନହେବ ସେଥିପାଇଁ ତାଗିଦ କରାଯାଇଛି। ଯାହାର ଯେତେବେଳେ ନୀତି ରହିଛି ତାହାର ଯଥେଷ୍ଟ ପୂର୍ବରୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। 

ସେପଟେ ଏଥର କାର୍ତ୍ତିକ ମାସରେ ହବିଷ୍ଯାଳି ମାନଙ୍କୁ ଦିଆଯିବ ଏକ ନୂଆ ଅନୁଭବ। ଦର୍ଶନ ବ୍ଯବସ୍ଥାକୁ ଅଧିକ ସୃଙ୍ଖଳିତ କରାଯିବ। ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିରେ ମିଳିବ ଜଗା ଦର୍ଶନ। ଏଥିପାଇଁ  ୩ ଦ୍ଵାରରେ ବ୍ୟାରିକେଡ୍ ଏବଂ ସେଡ୍ ଅଛି। କେବଳ ସିଂହଦ୍ଵାରରେ ସେଡ୍ କରିବା ବାକି ରହିଛି। ଏହା ଖୁବ୍‌ଶୀଘ୍ର ସରିବ।  ପଞ୍ଚୁକ ସମେତ କାର୍ତ୍ତିକ  ମାସରେ  ପୁଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଭିଡ଼ ନିୟନ୍ତ୍ରଣ କରାଯିବ। ଏଥି ପାଇଁ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଏସପି।

ସେପଟେ ପୁଣି ଶ୍ରୀମନ୍ଦିର ପରିସରକୁ ପଲିଥିନ ମୁକ୍ତ କରାଯିବ। ପଲିଥିନ୍ ଧରାପଡିଲେ ଗଣିବେ ଜରିମାନା। ନିଷିଦ୍ଧ ହୋଇଥିବା ତଥା କ୍ଷତିକାରକ ପଲିଥିନ୍ ବ୍ୟବହାରର ହବ୍ ପାଲଟିଛି ଶ୍ରୀମନ୍ଦିର । କୁଡୁଆ ବଦଳରେ ସୁପକାରମାନେ ଅନ୍ନ ବ୍ୟଞ୍ଚନ ମହାପ୍ରସାଦ ବିକ୍ରି ନିମନ୍ତେ ପଲିଥିନ୍ ବ୍ୟବହର କରୁଛନ୍ତି । ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦ ପଲିଥିନିରେ ପାର୍ସଲ ହୋଇ ଶ୍ରଦ୍ଧାଳୁଙ୍କୁ ଦିଆଯାଉଛି । ତେବେ ଆଗକୁ ଏହା ମିଳିବନି । ପ୍ରଥମେ ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରାଯିବ ଓ ତାପରେ ଜରିମାନା ଆଦାୟ କରଯିବ ବୋଲି ଛଡିଶା ନିଯୋଗ ବୈଠକ ପରେ ଚିରାଚରିତ ଢଙ୍ଗରେ କହିଛନ୍ତି ଜିଲ୍ଲାପାଳ।।    ଶୁକ୍ଷେତ୍ରରେ ପଲିଥିନ୍ ବ୍ୟାନ୍ ଅଛି । ତେବେ ଶ୍ରୀମନ୍ଦିରରେ କିଛି ମାତ୍ରାରେ ପଢିଥିନ୍ ବ୍ୟବହର ହେଉଛି । ପଲିଥିନ୍ ୨୦୧୧ ବ୍ୟାନ୍ ଠାରୁ ବଳବତ୍ତର ରହିଛି। ଏହାକୁ ଉଲ୍ଲଂଘନ କରାଯାଉଛି। ପ୍ରଥମେ ସମସ୍ତଙ୍କୁ ସଚେତନତାଓ ପରେ ଜରିମାନା ଆଦାୟ କରାଯିବ।  ଆଗକୁ ପଲିଥିନ୍ ଧରିବ ଏଆଇ କ୍ୟାମେରା । ଶ୍ରୀମନ୍ଦିରରେ ଆଦୌ ବ୍ୟବହାର ହେବା ଉଚିତ ନୁହେଁ ବୋଲି ଜିଲ୍ଲାପଳ କହିଛନ୍ତି।