ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖ ଭବନରୁ...
Advertisement
Article Detail0/zeeodisha/odisha2465525

ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖ ଭବନରୁ...

Bjd membership drive :ଅଦଭୂତ ସଫଳତା ମିଳିଛି। ୨୨ ଜିଲ୍ଲାରେ ସରିଛି। ଅକ୍ଟୋବର ୨୧ ରୁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବୁ। ନବୀନଙ୍କ ସମୟରେ ହୋଇଥିବା ବିକାଶ କାର୍ଯ୍ୟକ୍ରମର ବାର୍ତ୍ତା ପଠାଇବୁ। ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ଆମେ ଲୋକଙ୍କ ସହ ଯୋଡି ହୋଇଛୁ। ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ।

ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ଶଙ୍ଖ ଭବନରୁ...

ଭୁବନେଶ୍ଵର: ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ଏହା ସହ ଜିଲ୍ଲା ସଦର ମହକୁମାରେ ସଭ୍ଯ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବ। ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ। ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ। ଉଭୟ ଅନଲାଇନ ଓ ଅଫ ଲାଇନରେ ସଦସ୍ୟ ଅଭିଯାନ ଚାଲିବ। ଏଥିରେ ଛାତ୍ର ଓ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ। 

ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ । ଦୁଇ ମାସ ଧରି ସାରା ରାଜ୍ୟରେ ଚାଲିବ ସଦସ୍ୟତା ଅଭିଯାନ। ପ୍ରତି ୩ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୋଇଥାଏ। ଗତଥର କୋଟିଏରୁ ଅଧିକ ସଭ୍ୟସଂଗ୍ରହ ଦଳ କରିଥିଲା। ଏଥର ମଧ୍ୟ ସମାନ ଟାର୍ଗେଟ ରଖିଛି ବିଜେଡି। ୱାର୍ଡ, ପଞ୍ଚାୟତରୁ ଆରମ୍ଭ କରି ନିର୍ବାଚନୀ ମଣ୍ଡଳୀ ଯାଏଁ ବିଭିନ୍ନ ସଭା, ସମିତି କରାଯାଇ ସଦସ୍ୟ ଅଭିଯାନର ଲକ୍ଷ୍ୟକୁ ପୂରଣ କରାଯିବ। 

ଅନ୍ୟପଟେ ସକାଳ ୧୧ ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରିବେ। ଅନେକ କର୍ମୀ ଓ ନେତା ଉପସ୍ଥିତ ରହିବେ। ସଦର ମହକୁମା ଓ ଜିଲ୍ଲାରେ ସେହି ସମୟରେ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ। ସେମାନେ ଅନଲାଇନରେ ଯୋଡି ହେବେ।ସଭ୍ୟ ସଂଗ୍ରହ ଅଭିଯାନ କମିଟିରେ ୨୨ ଜଣ ସଦସ୍ୟ ଅଛନ୍ତି। ଫିଜିକାଲ ଓ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ। ପୂର୍ବରୁ ଏହି କାର୍ଯ୍ୟକ୍ରମ ସଫଳତା ସହ ୧ କୋଟି ପ୍ରାଥମିକ ଓ ୩.୪୦ ଲକ୍ଷ ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ। ଛାତ୍ର ଯୁବ ଏହି କାର୍ଯ୍ୟକ୍ରମରେ ଆଗରେ ରହିବେ। ପୂଜା ପରେ ଆହୁରି ଭଲ ଭାବେ ଏହାକୁ ଆଗେଇ ନିଆଯିବ ବୋଲି ଅତନୁ ସବ୍ୟସାଚୀ ନାୟକ କହିଥିଲେ।

ସେହିପରି ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଓଡ଼ିଶାବାସୀଙ୍କ ସେବାରେ ଆମେ ସମର୍ପିତ। ଏବେ ଯେଉଁ ବିରୋଧୀ ଦଳ ଦାୟିତ୍ୱ ଲୋକେ ଦେଇଛନ୍ତି, ଏହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାକୁ ଆମେ ସଂକଳ୍ପବଧ। ତୃଣମୂଳସ୍ତରରେ ବିଜେଡିକୁ ମଜଭୁତ କରିବାକୁ ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରୁଛୁ। ଅଦଭୂତ ସଫଳତା ମିଳିଛି। ୨୨ ଜିଲ୍ଲାରେ ସରିଛି। ଅକ୍ଟୋବର ୨୧ ରୁ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା କରିବୁ। ନବୀନଙ୍କ ସମୟରେ ହୋଇଥିବା ବିକାଶ କାର୍ଯ୍ୟକ୍ରମର ବାର୍ତ୍ତା ପଠାଇବୁ। ଲୋକଙ୍କ ଆଶା ପୂରଣ ପାଇଁ ପଦଯାତ୍ରା ଜରିଆରେ ଆମେ ଲୋକଙ୍କ ସହ ଯୋଡି ହୋଇଛୁ। ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଦଯାତ୍ରାରେ ବି ଏହି କାର୍ଯ୍ୟକ୍ରମ କରାଯିବ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମ କାର୍ଯ୍ୟକ୍ରମ ଜାରି ରଖିବୁ। ପଦଯାତ୍ରା କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ବିଜେଡିର ତୃଣମୂଳ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ ଦାସବର୍ମା।