Schools Closed: ଗ୍ରୀଷ୍ମ ଅବକାଶ ପରେ କିଛି ସ୍କୁଲ୍‍ ଆଜି ଖୋଲୁଥିବା ବେଳେ କିଛି ସ୍କୁଲ୍‍କୁ ବନ୍ଦ ରଖିବା ଆଦେଶ ଦେଇଛନ୍ତି ଜିଲ୍ଲାପାଳ। ଅଞ୍ଚଳ ଭିତ୍ତିରେ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସ୍କୁଲ୍‍କୁ ଆଜି ପାଇଁ ବନ୍ଦ ଆଦେଶ ଦିଆଯାଇଛି। ଏହା ସହ ଆହୁରି ତିନୋଟି ଜିଲ୍ଲାରେ କେବଳ ଆଜି ଛୁଟି ରହିଥିବାବେଳେ ୧୧ ଜିଲ୍ଲାରେ ୨୦ ଯାଏ ଛୁଟି ଏବଂ ୧୫ ଜିଲ୍ଲାରେ ସକାଳ ସାଢ଼େ ଛଅଟାରୁ ସ୍କୁଲ୍‍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଜିଲ୍ଲାର ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବା ନେଇ ଗତକାଲି ନିର୍ଦ୍ଦେଶ ଦେଇଥିଲେ ସରକାର। ଏପରି ସ୍ଥଳେ ଗଞ୍ଜାମ, ଭଦ୍ରକ(Bhadrak), ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ଆସନ୍ତା ତିନି ଦିନ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ଅର୍ଥାତ ଜୁନ୍‌ ୧୮ରୁ ଏହି ୪ ଜିଲ୍ଲାରେ ସ୍କୁଲ ଖୋଲିବ ନାହିଁ। ୨୦ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।


ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେପଟେ ମୟୂରଭ୍ଞ୍ଜରେ ପ୍ରବଳ ଖରା ଓ ଗରମ ଥିବାରୁ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଗ୍ରୀଷ୍ମ ଛୁଟି ବଢ଼ାଇବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଫୋନ୍‌ କରି ଅନୁରୋଧ କରିଛନ୍ତି।