ଭୁବନେଶ୍ୱର: ଆଜି ପଳାଶୁଣି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଫଳରେ ୪ଟି କାର୍ ଏବଂ ଏକାଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଗାଡିରେ ବସିଥିବା ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଅପରାହ୍ମ ସମୟରେ ଦ୍ରୁତଗତିରେ ଏକ ଟ୍ରକ ଆସୁଥିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଏବଂ ବାଇକ ସହ ପିଟି ହୋଇଥିଲା । ଫଳରେ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଗାଡି ଚାଳକ କାର ଭିତରେ ଫସି ରହିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଆହତ ସମସ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଥିସହ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫୁଟ୍ ଓଭରବ୍ରିଜ୍ ଦାବି ନେଇ ସ୍ଥାନୀୟଲୋକେ ରାଜପଥ ଅବରୋଧ କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ବର୍ତ୍ତମାନ ସ୍ୱଭାବିକ ହୋଇଛି ।


Also Read- Nirjala Ekadashi: ନିର୍ଜଳା ଏକାଦଶୀରେ କରନ୍ତୁନି ଏହି ଭୁଲ୍