Nirjala Ekadashi: ନିର୍ଜଳା ଏକାଦଶୀରେ କରନ୍ତୁନି ଏହି ଭୁଲ୍
Advertisement
Article Detail0/zeeodisha/odisha2291797

Nirjala Ekadashi: ନିର୍ଜଳା ଏକାଦଶୀରେ କରନ୍ତୁନି ଏହି ଭୁଲ୍

Ekadashi 2024 June : ଏହି ବର୍ଷ ନିର୍ଜଳା ଏକାଦଶୀ ଉପବାସ ୧୮ ଜୁନ୍ ଦିନ ପାଳନ କରାଯିବ । ଏହାକୁ ଭୀମସେନ ଏକାଦଶୀ ଏବଂ ବାଦି ଏକାଦଶୀ ମଧ୍ୟ କୁହାଯାଇଥାଏ ।

Nirjala Ekadashi: ନିର୍ଜଳା ଏକାଦଶୀରେ କରନ୍ତୁନି ଏହି ଭୁଲ୍

Ekadashi 2024 June : ବର୍ଷର ସମସ୍ତ ଏକାଦଶୀକୁ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ନିର୍ଜଳା ଏକାଦଶୀ ଭାବେ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ଏକାଦଶୀ ଦିନକୁ ବିବେଚନା କରାଯାଏ । ହିନ୍ଦୁ ଧର୍ମରେ ନିର୍ଜଳା ଏକାଦଶୀ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଏକାଦଶୀ ଉପବାସ ବହୁତ କଷ୍ଟକର ହୋଇଥାଏ । ଏଥିରେ ଖାଦ୍ୟ ଏବଂ ଜଳ ନିଷେଧ ହୋଇଥାଏ । ଜ୍ୟେଷ୍ଠ ମାସରେ ଉତ୍ତର ଭାରତରେ ପ୍ରବଳ ଉତ୍ତାପ ରହିଛି, ତେଣୁ ଏହି ମାସରେ ପାଣି ନ ପିଇ ଉପବାସ ପାଳନ କରିବା ଅତ୍ୟନ୍ତ କଷ୍ଟକର ସାବ୍ୟସ୍ତ ହୋଇପାରେ । ଏହି ବର୍ଷ ନିର୍ଜଳା ଏକାଦଶୀ ଉପବାସ ୧୮ ଜୁନ୍ ଦିନ ପାଳନ କରାଯିବ । ଏହାକୁ ଭୀମସେନ ଏକାଦଶୀ ଏବଂ ବାଦି ଏକାଦଶୀ ମଧ୍ୟ କୁହାଯାଇଥାଏ ।

ନିର୍ଜଳା ଏକାଦଶୀ ପାଳନର ଲାଭ
ନିର୍ଜଳା ଏକାଦଶୀରେ ଉପବାସ ପାଳନ କରିବା ସହ ଭଗବାନ ବିଷ୍ଣୁଙ୍କୁ ସଠିକ୍ ଉପାସନା କରିବା ଦ୍ୱାରା ସମସ୍ତ ପ୍ରକାର ଦୁଃଖରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଥିସହ ପାପ ନଷ୍ଟ ହେବା ସହ ଜୀବନରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ବିଶ୍ୱାସ କରାଯାଏ ଯେ, ନିର୍ଜଳା ଏକାଦଶୀ ଉପବାସ ପାଳନ କରିବା ଦ୍ୱାରା ଯେତିକି ପୂଣ୍ୟ ପ୍ରାପ୍ତି ହୋଇଥାଏ ସେତିକି ପୂଣ୍ୟ ବର୍ଷର ସମସ୍ତ ଏକାଦଶୀ ପାଳନ କରିବାରେ ପ୍ରାପ୍ତି ହୋଇଥାଏ ।

ଚଳିତ ବର୍ଷ ନିର୍ଜଳା ଏକାଦଶୀ ଆହୁରି ସ୍ୱତନ୍ତ୍ର, କାରଣ ୧୮ ଜୁନ୍ ଦିନ ନିର୍ଜଳା ଏକାଦଶୀରେ ଅନେକ ଶୁଭ ଯୋଗ ଗଠନ ହେଉଛି । ଏହି ବର୍ଷ ନିର୍ଜଳା ଏକାଦଶୀରେ ଦିନସାରା ଶିବ ଯୋଗ ରହିବ । ଏହା ବ୍ୟତୀତ ସିଦ୍ଧ ଯୋଗ ଏବଂ ତ୍ରିପୁଷ୍କର ଯୋଗ ମଧ୍ୟ ରହିବ।

ନିର୍ଜଳା ଏକାଦଶୀରେ କଣ କରିବେ ଏବଂ କଣ କରିବେ ନାହିଁ

ଧାର୍ମିକ ଶାସ୍ତ୍ରରେ ନିର୍ଜଳା ଏକାଦଶୀ ପାଳନ ସମ୍ପର୍କରେ ନିୟମ ଉଲ୍ଲେଖ କରାଯାଇଛି, ଯାହାକୁ ମାନିବା ଜରୁରୀ ଅଟେ । ତେଣୁ, ନିର୍ଜଲା ଏକାଦଶୀ ଉପବାସ ଏବଂ ଉପାସନର ଏହି ନିୟମ ନିଶ୍ଚିତ ଭାବରେ ଜାଣନ୍ତୁ । ଏହି ଦିନ କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ତାହା ମଧ୍ୟ ଜାଣି ରଖନ୍ତୁ ।

- ନିର୍ଜାଲା ଏକାଦଶୀ ଦିନ ଦାନ ଧର୍ମ ନିଶ୍ଚିତ କରନ୍ତୁ । ତାହେଲେ ଆପଣ ଉପବାସ ଏବଂ ପୂଜାପାଠର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । ନିର୍ଜଳା ଏକାଦଶୀ ଦିନ ଗୋଦାନ କରିବାକୁ ସର୍ବୋତ୍ତମ ଦାନ ବୋଲି ବିବେଚନା କରାଯାଏ । ଏକ ପାତ୍ରରେ ପାଣି ଭର୍ତ୍ତି କରି ଆପଣ କାହାକୁ ଦାନ କରିପାରିବେ । ଏହା ବ୍ୟତୀତ ଛତା, ଜୋତା, ପୋଷାକ, ଶସ୍ୟ ଇତ୍ୟାଦି ଦାନ କରିବା ଶୁଭ ବୋଲି ବିବେଚନା କରାଯାଇଛି । 

- ନିର୍ଜଳା ଏକାଦଶୀ ଉପବାସ ଏବଂ ପୂଜାପାଠର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ନିର୍ଜଳା ଏକାଦଶୀ ବ୍ରତ ବହି ପଢନ୍ତୁ କିମ୍ୱା ଶୁଣନ୍ତୁ ।

- ନିର୍ଜଳା ଏକାଦଶୀ ଦିନ, ଅଶ୍ୱସ୍ଥ ଗଛକୁ ପୂଜା କରିବା ସହ ଜଳ ଅର୍ପଣ କରନ୍ତୁ ।

- ନିର୍ଜଳା ଏକାଦଶୀ ଦିନ ଆପଣ ଗଛ ଲଗାନ୍ତୁ । ମନ୍ଦିର, ପାର୍କ କିମ୍ବା ସର୍ବସାଧାରଣ ସ୍ଥାନରେ ଅଶ୍ୱସ୍ଥ, ବର କିମ୍ୱା ନିମ୍ୱ ଗଛ ଲଗାନ୍ତୁ ।

- ନିର୍ଜଳା ଏକାଦଶୀ ବ୍ରତ ପାଳନ କରନ୍ତୁ କିମ୍ୱା ନକରନ୍ତୁ କିନ୍ତୁ ଭୁଲରେ ମଧ୍ୟ ସେଦିନ ଲୁଣ ଖାଆନ୍ତୁ ନାହିଁ । ଏଥିସହ ଆମିଷ ଏବଂ ମାଦକ ଦ୍ରବ୍ୟଠାରୁ ନିଜକୁ ଦୂରରେ ରଖନ୍ତୁ ।

- ନିର୍ଜଳା ଏକାଦଶୀରେ ତୁଳସୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ତୁଲସୀ ଗଛରେ ପାଣି ଦିଅନ୍ତୁ ନାହିଁ କିମ୍ବା ଏହାର ପତ୍ର ତୋଳନ୍ତୁ ନାହିଁ । ନଚେତ୍ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

- ନିର୍ଜଳା ଏକାଦଶୀରେ ଘର ଓଳାଇବା କିମ୍ୱା ପୋଛାପୋଛି କରିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ୱାରା ପିମ୍ପୁଡି ଏବଂ ଅଣୁଜୀବଙ୍କର ମୃତ୍ୟୁର ଦୋଷ ଲାଗିଥାଏ ।

- ଏକାଦଶୀ ଦିନ କେଶ କିମ୍ୱା ନଖ କାଟିବା ଉଚିତ୍ ନୁହେଁ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’