ଭୁବନେଶ୍ୱର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେବା  ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ଯାଚର IAS ଅଫିସର ଶ୍ରୀ ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି। ପଦ୍ମପୁର ବରଗଡ଼ ଜିଲ୍ଲାର ଏକ ଉପଖଣ୍ଡ। ପଦ୍ମପୁରର ବିକାଶ କାମ ତ୍ୱରାନିତ କରିବା ସହିତ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ମଜଭୂତ କରି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୀଘ୍ର ସମାଧାନ କରିବାରେ ଏହା ସହାୟକ ହେବ। ଶ୍ରୀ ମୋତିରାମ ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ଉପ-ଜିଲ୍ଲାପାଳ ଭାବରେ କାର୍ଯ୍ୟରତ।


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଯେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ଗତ ୨୦୨୨ ମସିହା ନଭେମ୍ବର ମାସରେ ରାଜ୍ୟ ସରକାର ଘୋଷଣା କରିଥିଲେ। ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ଘୋଷଣା ହୋଇଥିବାରୁ ରାଜନୈତିକ ସ୍ଵାର୍ଥ ରଖି ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ନେଇଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ହୋଇଥିଲା। ଏହି ମାମଲା ଉପରେ ବିଚାର କରି ବିନା ଅନୁମତିରେ ରାଜ୍ୟ ସରକାର ଜିଲ୍ଲା ଗଠନ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟ ଜିଲ୍ଲା ମାନ୍ୟତା ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଶୀତ ଅବକାଶର ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ ହୋଇଛି।