Flight Service: ଯାତ୍ରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ଝାରସୁଗୁଡ଼ାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ସାଇସ୍‌‌ ଜେଟ୍‌  ତା’ର ସମ୍ପୂର୍ଣ୍ଣ  ବିମାନ ସେବା ଅପସାରଣ କରିନେଇଛି ବୋଲି ସୂଚନା ମିଳିଛି। କେବଳ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ଚଳାଚଳ କରୁଥିବା ବିମାନ ଆଜିଠାରୁ (ମାର୍ଚ୍ଚ ୩୧)ରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ସଂସ୍ଥା ଘୋଷଣା କରାଯାଇଛି। ଫଳରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଯିବା ଆସିବା କରୁଥିବା ଅନେକ ସମସ୍ୟାର ସମ୍ମ୍ୁଖିନ ହେବେ ବୋଲି ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Weekly Horoscope 2024: ଆସନ୍ତାକାଲିଠୁ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ସାପ୍ତାହିକ ରାଶିଫଳ


ସୂଚନାଯୋଗ୍ୟ, ୨୦୨୧ ମସିହାରେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍‌ ପର୍ବ ପାଳନ କରିଥିଲେ। କିନ୍ତୁ ଝାରସୁଗୁଡ଼ା ବିମାନବନ୍ଦରରରୁ ଉଡ଼ାନ ଯୋଜନା ଶେଷ ହେବା ପରେ ଧୀରେଧୀରେ ସ୍ପାଇସ୍‌‌ ଜେଟ୍‌‌ ଏବଂ ଏଲାଏନ୍ସ ଏୟାର ତା’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ପ୍ରଥମେ ଏଲାଏନ୍ସ -ଏୟାର  ରାୟପୁର, କୋଲକାତା ବିମାନ ସେବା ସମ୍ପୁର୍ଣ୍ଣ ଭାବେ ବନ୍ଦ କରୁଥିଲା । ଏବଂ ଏହାପରେ ଭୁବନେଶ୍ବରକୁ ବିମାନ ଚଳାଚଳ ମଧ୍ୟ ବନ୍ଦ କରିଥିଲା କମ୍ପାନୀ। କିନ୍ତୁ ଏବେ ପୁଣି ଥରେ  ଏଲାୟନ୍ସ ଏୟାର ଆସନ୍ତା ୧ତାରିଖରୁ କେବଳ ଝାରସୁଗୁଡ଼ା-ଭୁବନେଶ୍ୱର ସପ୍ତାହକୁ ତିନି ଦିନ ବିମାନସେବା ଯୋଗାଇବାକୁ ରାଜି ହୋଇଛି। ସେହିପରି, ସ୍ପାଇସ ଜେଟ୍‌‌ ବି ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ, ମୁମ୍ୱାଇ , କୋଲକାତା ଓ ହାଇଦ୍ରାବାଦ ବିମାନ ବନ୍ଦ କରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି।