Sri Jagannath Mandir: ଭୁବନେଶ୍ୱର: ଆଜି ପୁରୀ ଶଅୀମନ୍ଦିର ପରିଚାଳନା କମିଟିର ନୀତି ଉପ ସମିତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ନୀତି ପରିଚାଳନା ଓ ଆବଶ୍ୟକତା ସମ୍ପର୍କରେ ସମୀକ୍ଷା ସହ ଏବର୍ଷ ଶ୍ରୀମନ୍ଦିର ବଜେଟ୍‍ ସମ୍ପର୍କରେ ଆଲୋଚନା ହେବ। ଅପରାହ୍ଣରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକର ଅନୁଧ୍ୟାନ ଓ ରିପୋର୍ଟକୁ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟିରେ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା କାଲି ପୂର୍ବାହ୍ଣରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା ସମିତର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଥମଥର ପାଇଁ ମୁଖ୍ୟ ସଚିବ ତଥା ପରିଚାଳନା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋଜ ଆହୁଜା ଯୋଗ ଦେଇପାରନ୍ତି। ଏହି ବୈଠକ ନୀଳାଦ୍ରି ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। 


ଗତ ଆଡ଼ପ ପହଣ୍ଡି ବିଜେ ସମୟରେ ଚାରମାଳ ଉପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବା ଘଟଣାର ତଦନ୍ତ ଶେଷ ହୋଇଥିବା ବେଳେ କିଭଳି ଏହି ଅଘଟଣ ଘଟିଲା ସେନେଇ ତଦନ୍ତ ରିପୋର୍ଟ ସମ୍ପର୍କରେ ପରିଚାଳନା କମିଟି ବୈଠକରେ  ଆଲୋଚନା ହେବ। ସେହିପରି ଗତ ଜୁନ୍ ୧୯, ୨୫ ଓ ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ନେଇ ଆଲୋଚନା ହେବ। ଏଥିସହ ୨୦୨୩-୨୪ ବର୍ଷର ସଂଶୋଧିତ ଅଟକଳ ଓ ୨୦୨୪-୨୫ ବର୍ଷ ର ବଜେଟ ମଧ୍ୟ ଏହି ବୈଠକରେ ଅନୁମୋଦିନ ହେବ। ସେହିପରି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।