ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ବଡ଼ ସୂଚନା ଦେଲେ ମନମୋହନ ସାମଲ
Advertisement
Article Detail0/zeeodisha/odisha2435824

ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ବଡ଼ ସୂଚନା ଦେଲେ ମନମୋହନ ସାମଲ

Chit fund money: ଖୁବଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି। 

ଚିଟ୍‌ଫଣ୍ଡ ଟଙ୍କାକୁ ନେଇ ବଡ଼ ସୂଚନା ଦେଲେ ମନମୋହନ ସାମଲ

ଭୁବନେଶ୍ଵର: ଚିଟ୍‌ଫଣ୍ଡ ଟଙ୍କା ଖୁବ ଶୀଘ୍ର ମିଳ। ଏନେଇ ସାମ୍ୱାଦିକ ସମ୍ମିଳନୀରେ କରି ବଡ଼ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସରକାରଙ୍କୁ ଆସନ୍ତାକାଲି ୧୦୦ଦିନ ପୁରିବାକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଆଜି ଏଭଳି ବଡ଼ ସୂଚନା ଦେଇ ମନମୋହନ ସାମଲ। କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ବହୁତ ଶୀଘ୍ର ଟଙ୍କା ଫେରିପାଇବେ। ଟଙ୍କା ଫେରସ୍ତ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଶ୍ରୀ ସାମଲ ଆହୁରି କହିଛନ୍ତି, ଟଙ୍କା ଫେରସ୍ତ ପ୍ରକ୍ରିୟା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି। ଖୁବଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲି ମନମୋହନ ସ୍ପଷ୍ଟ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଚିଟଫଣ୍ଡ ଠକେଇର ଶିକାର ବ୍ୟକ୍ତି କେବେ ଟଙ୍କା ଫେରସ୍ତ ପାଉଛନ୍ତି।