Srimandir: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ହେବ ବିଶେଷ ଆଲୋଚନା । ରତ୍ନ ଭଣ୍ଡାର ତଦାରଖ କମିଟି ନିଷ୍ପତ୍ତି ଉପରେ ଆଜି ବାଜିପାରେ ପରିଚାଳନା କମିଟି ମୋହର। ମୋହର ବାଜିବା ପରେ ରାଜ୍ୟସରକାରଙ୍କୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ବିଷୟରେ ସୁପାରିଶ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । ଗତକାଲି ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି  ନିଆଯାଇଥିଲା। ପରିଚାଳନା କମିଟିକୁ ଏ-ନେଇ ସୁପାରିଶ କରିଛି ତଦାରଖ କମିଟି । ତେଣୁ ଆଜି ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ଆଲୋଚନା ହେବା ସହ ବାଜିବ ମୋହର । ସେପଟେ ରତ୍ନ ଭଣ୍ତାର ଖୋଲିବା ନେଇ ଦିର୍ଘ ଦିନ ଧରି ଦାବି ଜୋର ଧରିଆସୁଥିଲା। ରାଜ୍ୟରେ ବିଜେପି ସରକାର ଗଢିବା ପରେ ରତ୍ନ ଭଣ୍ତାର ଖୋଲିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲା। ଏହାର ଏବେ ଅନ୍ତ ହେବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ,  ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣତି ଓ ମରାମତି କାର୍ଯ୍ଯର ତଦାରଖ କରିବା ପାଇଁ ରାଜ୍ୟ ସରକାର ଗଠନ କରିଥିବା ତଦାରଖ କମିଟିର ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସନ ସମ୍ମିଳନୀ କକ୍ଷରେ ବସିଥିଲା ଏହି ୧୬ଜଣିଆ କମିଟିର ସ୍ୱତନ୍ତ୍ର ବୈଠକ। ଅଧ୍ଯକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ଯକ୍ଷତାରେ ବସିଥିଲା ଏହି ବୈଠକ। କମିଟିର ସଦସ୍ୟ, ଜିଲ୍ଲାପାଳ, ଏସପି ଆଦି ବୈଠକରେ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କମିଟିକୁ ରତ୍ନଭଣ୍ଡାର ଚାବି ହସ୍ତାନ୍ତର କରାଯିବ। କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ କମିଟି ବୈଠକ ରେ ଜୁଲାଇ ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ଏହି ତାରିଖକୁ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।  ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ନିଷ୍ପତ୍ତି ହେଇଛି । ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ବିଶ୍ୱନାଥ ରଥ କହିଛନ୍ତି, ଯେକୌଣସି ଉପାୟରେ ହେଉ ନା କାହିଁକି ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ । ଚାବିରେ ରତ୍ନଭଣ୍ଡାର ନଖୋଲିଲେ ବି, ରତ୍ନଭଣ୍ଡାର ଖୋଲିବ ବୋଲି ସେ କହିଛନ୍ତି । ଏନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ବୋଲି ସେ କହିଛନ୍ତି ।