Srimandir: କୋରି ଖାଇଗଲେ ମହାପ୍ରଭୁଙ୍କ ଖଣି ଖାଦାନ। ଯାହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଷ୍ଟ୍ରିକ୍ଟ ଆକ୍ସନ। ୧୭ ନିର୍ମାଣ ପଥର ଓ ୨ଟି ମାଙ୍କଡ଼ା ପଥର ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍। ରୟାଲିଟି ଓ ପେନାଲଟି ଦେବାକୁ କଡା ନିର୍ଦ୍ଦେଶ ନଚେତ୍ ଖଣି ଚୁକ୍ତି ପତ୍ର ରଦ୍ଦ ହେବ। ମହାପ୍ରଭୁଙ୍କ ମନ୍ଦିର ସୁରକ୍ଷା ପାଇଁ ଦିଆଯାଇଥିବା ପଥର ଖଣିର ଦୁରୁପୋଯୋଗ। ଭିଜିଲାନ୍ସ କିମ୍ବା ସିବିଆଇ ତଦନ୍ତ ଦାବି କଲେ ବୁଦ୍ଧିଜୀବୀ ଓ ସେବାୟତ। ୨୪ ବର୍ଷ ଧରି ମାଫିଆ ଓ ସରକାରୀ ଅଧିକାରୀଙ୍କ ଏଭଳି ମଧୁଚନ୍ଦ୍ରିକା ଚାଲିଥିଲା କହିଲେ ସାଧାରଣ ଲୋକ।


COMMERCIAL BREAK
SCROLL TO CONTINUE READING

 ଖୋର୍ଦ୍ଧା ଅଞ୍ଚଳରୁ ପଥର ଆସି ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରସାଶନକୁ ଦିଆଯାଇଥିଲା ପଥର ଖଣି। ହେଲେ ମହାପ୍ରଭୁଙ୍କ ଖଣି ଖାଦାନ ଉପରେ ମାଫିଆଙ୍କ ରାଜ୍। ମିନିମମ୍ ଗ୍ୟାରେଣ୍ଟି କ୍ୱାଣ୍ଟିଟି ଠାରୁ ଦୁଇ ତିନି ଗୁଣା ତାଡି ବିକ୍ରି କରି କୋଟି କୋଟି ଟଙ୍କା ଚଳୁ ।ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ ଖଣି ଲିଜଧାରୀ ଙ୍କୁ ନୋଟିସ୍।୧୭ ନିର୍ମାଣ ପଥର ଖଣି ଓ ୨ଟି ମାଙ୍କଡ଼ା ପଥର ଖଣିରେ ଉତ୍ତୋଳନ ହୋଇଛି ଏମ ଜି କ୍ୟୁ ଠାରୁ ଅଧିକ ଖଣିଜ ।ଲଘୁ ଖଣିଜ ଆଇନ - ୨୦୧୬ ଆଧାରରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ପେନାଲିଟି ଓ ରୟାଲିଟିରେ ବାରମ୍ବାର ଖିଲାପ ଯୋଗୁଁ ଏହି ନୋଟିସ ଦିଆଯାଇଛି ।୭ ଦିନ ଭିତରେ ଦେୟ ଜମା କରିବା ସହ ଖଣି ରଦ୍ଦ ପାଇଁ ଲିଖିତ କୈଫିୟତ ଦେବାକୁ ଉଲ୍ଲେଖ କରାଯାଇଛି ।ତେବେ ଖଣି ଲୁଟ୍ କୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ଦେଖା ଦେଇଛି କଡା ଅସନ୍ତୋଷ। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଚଞ୍ଚକତା ଯୋଗୁଁ ଏଭଳି ଘଟିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତ। ଦୀର୍ଘ ୨୪ ବର୍ଷର ଅଫିସର ରାଜ୍ ଭିତରେ ମାଫିଆ - ଅଫିସର ମଧୂଚନ୍ଦ୍ରିକା ଯୋଗୁଁ ମହାପ୍ରଭୁଙ୍କ ଭୁ ସମ୍ପତ୍ତି ସହ ଖଣି ଖାଦାନ ବି ଲୁଟ୍ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥପ୍ରେମୀ ।


 ମହାପ୍ରଭୁଙ୍କ ସମସ୍ତ ଭୂ-ସମ୍ପତ୍ତି ଦଖଲ କୁ ନିଆଯିବ ଓ ଏହାର ସୁରକ୍ଷା କରାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ତେଣୁ ୭ ଦିନ ଭିତରେ ରୟାଲିଟି ଓ ପେନାଲିଟି ବାବଦକୁ ଦେୟ ଜମା ନକଲେ ଖଣି ଚୁକ୍ତି ପତ୍ର ରଦ୍ଦ ହେବ ବୋଲି ନୋଟିସ ରେ କଡା ନିର୍ଦ୍ଦେଶ ରହିଛି ।ଅନ୍ୟପଟରେ କାଇପଦର ନୂଆ ପଥର ଖଣି ଲିଜଧାରୀ ଦେବେନ୍ଦ୍ର ଜେନା ଆଉଥରେ ପୁନଃ ବିଚାର ଆବେଦନ କରିଛନ୍ତି ।୩୦ହଜାର MGQ ଉତ୍ତୋଳନ ପାଇଁ ଅନୁମତି ପାଇଥିବା ଦେବେନ୍ଦ୍ର ଖଣି ପରାମର୍ଶଦାତାଙ୍କ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୨୨ ହଜାର ୮୫୭ MGQ ଉତ୍ତୋଳନ କରିଛନ୍ତି ବୋଲି ତାଙ୍କୁ ନୋଟିସ କରାଯିବା ସହ କୋଟିଏ ୮୪ ଲକ୍ଷ ୧୨ ହଜାର ୨୧୬ ଟଙ୍କା ଜମା କରିବାକୁ ତାଙ୍କୁ ନିର୍ଦ୍ଦେଶ ରହିଛି ।ମାତ୍ର ଏହି ସର୍ଭେ ସଠିକ୍ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଖଣି ଲିଜଧାରୀ ଦେବେନ୍ଦ୍ର ଜେନା ।ସେପଟେ ଡ୍ରୋନ୍ ସର୍ଭେ ଅନୁଯାୟୀ MGQ ଆକଳନ କରାଯାଇଥାଏ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।


 ମୋହନ ସରକାରରେ ପୁଣି ମାଫିଆଙ୍କ ଉପରେ ବଡ ପ୍ରହାର ହୋଇଥିବା ବେଳେ ୨୪ ବର୍ଷ ଧରି ରାଜ୍ କରୁଥିବା ମାଫିଆଙ୍କ ଛାତି ଧଡ଼ ଧଡ ହେଉଛି। ତେବେ ମହାପ୍ରଭୁଙ୍କ ଭୁ ସମ୍ପତ୍ତି ଓ ଖଣିଜ ସମ୍ପତ୍ତିର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିବା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର।