Odisha News: (ପ୍ରେମାନନ୍ଦ ପୂଜାରୀ) ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଛାତ୍ରଛାତ୍ରୀ (ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି)। ୩୬ ଜଣ ହେଉଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର। ସେମାନଙ୍କୁ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ୧୧ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

 

ମିଳିଥିବା ସୂଚନାନୁଯାୟୀ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଭୋଜନ ଖାଇବା ପରେ ୩୬ ଛାତ୍ରୀଛାତ୍ରଙ୍କ ପେଟ ବ୍ୟଥାଏବଂ ପରେ କେତେଜଣଙ୍କ ବାନ୍ତି ହୋଇଥିଲା। ସମସ୍ତ ଛାତ୍ରୀ ତ୍ରୀଛାତ୍ରଙ୍କୁ ପ୍ରଧାନଶିକ୍ଷକ ବିଦେଶୀ ନାୟକ ଓ ସହକାରୀ ଶିକ୍ଷୟିତ୍ରୀ, ସିଆରସିସି ଶିବ ଶଙ୍କର ସାହୁ, ବିଦ୍ୟାଳୟ ପ ପରିଚାଳନା କମିଟିର ସଭାପତି ଆରକେଲ ପ୍ରଧାନ ପ୍ରମୁଖ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଛାତ୍ରୀଛାତ୍ରଙ୍କ ଅଭିଯୋଗ ଭିଯୋଗ ଅନୁଯାୟୀ, ମଧ୍ୟାହ୍ନଭୋଜନରେ ଭାତ ଏବଂ ଅଣ୍ଡା ଖାଇବାକୁ ଦିଆଯାଇଥିଲା। କିନ୍ତୁ ଭାତ ଖଟା ଲାଗୁଥିଲା। ଫଳରେ କେତେଜଣ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନକୁ ଫୋପାଡ଼ି ଦେଇଥିଲେ।

 

ତେବେ ପ୍ରାଥମିକ ଚିକିତ୍ସା ପରେ ୨୫ ଛାତ୍ରୀଛାତ୍ରଙ୍କୁ ଘରକୁ ପଠାଇଦିଆଯାଇଛି। ଖାଦ୍ୟ ବିଷାକ୍ତ ହୋଇଥାଇପାରେ ବୋଲି ଛାତ୍ରୀଛାତ୍ରଙ୍କୁ ଚିକିତ୍ସା କରିଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଅବିନାଶ ମଲିକ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡା. ଜାକେଶ ସାମନ୍ତରାୟ କହିଛନ୍ତି। ବିଡିଓ ପ୍ରୀତିର ପ୍ରୀତିରଞ୍ଜନ ରଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ଧ୍ୟାନ କରିବା ସହ ଛାତ୍ରୀମାନେ ସୁସ୍ଥ ଥ‌ିବା କହିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୬୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଶନିବାର ଅନୁପସ୍ଥିତ ରହିଥିଲେ। 

 

କେଉଁ ପରିସ୍ଥିତିରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି, ତାହା ତଦନ୍ତ ହେଲା ପରେ ଜଣାପଡ଼ିବ ବୋଲି କୁହାଯାଇଛି। ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘ ଦିନ ହେବ ଉକ୍ତ ବିଦ୍ୟାଳୟରେ ୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରିବା ଦାୟିତ୍ଵ ନେଇଥିବାବେଳେ ଏହାର ତଦାରଖ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ, ସିଆରସିସ୍, ବିଇଓ, ଏବିଇଓଙ୍କ ଦାୟିତ ଦାୟିତ୍ଵ ରହିଛି। ଏଥିରେ ଅହେତୁକ ଅବହେଳା କରାଯାଇଥିବା ଅଭିଭାବକମାନେ ଅଭିଯୋଗ କରି କରିଛନ୍ତି।