ଢେଙ୍କାନାଳରେ ଗୁଳିମାଡ, ସୁନା ଦୋକାନୀଙ୍କଠାରୁ ଗହଣା ଓ ଟଙ୍କା ଲୁଟ୍
Crime News: ଜଣେ ସୁନା ଦୋକାନୀଙ୍କୁ ଗୁଳି ମାରି ତାଙ୍କଠାରୁ ସୁନା ଅଳଙ୍କାର ସମେତ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରିନେଲେ ଦୁର୍ବୁତ୍ତ । ରାସୋଳ ଥାନା ନିକଟ କଦଳୀପାଳ ଅଞ୍ଚଳରୁ ଏପରି ଲୁଟ୍ ଘଟଣା ସାମ୍ନାକୁ ଆସିଛି ।
ଢେଙ୍କାନାଳ: ଜଣେ ସୁନା ଦୋକାନୀଙ୍କୁ ଗୁଳି ମାରି ତାଙ୍କଠାରୁ ସୁନା ଅଳଙ୍କାର ସମେତ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରିନେଲେ ଦୁର୍ବୁତ୍ତ । ରାସୋଳ ଥାନା ନିକଟ କଦଳୀପାଳ ଅଞ୍ଚଳରୁ ଏପରି ଲୁଟ୍ ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ପ୍ରକାଶ ଚନ୍ଦ୍ର ସାହୁ ନାମକ ଜଣେ ସୁନା ଦୋକାନୀ କଟକରୁ ନିଜ ଘର ଅନୁଗୋଳର ଖଲାରୀକୁ ଆସୁଥିଲେ । ସେହି ସମୟରେ ଦୁଇ ଦୁର୍ବୁତ୍ତ ପ୍ରକାଶଙ୍କ ପିଛା କରିବା ସହ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ପ୍ରକାଶଙ୍କ ଉପରକୁ ବନ୍ଧୁକରୁ ଗୁଳି ଚଳାଇଥିଲେ । ପ୍ରକାଶଙ୍କ ଅଣ୍ଟାରେ ଗୁଳି ବାଜିବା କାରଣରୁ ସେ ସେଠାରେ ପଡିଯାଇଥିଲେ । ସେହି ମୌକାରେ ତାଙ୍କଠାରୁ ସୁନାଗହଣା ଏବଂ ନଗଦ ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ ଦୁଇ ଦୁର୍ବୁତ୍ତ ।
ସ୍ଥାନିୟ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ବର୍ତ୍ତମାନ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ପ୍ରକାଶଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।
Also Read- ଲିଙ୍ଗରାଜ ମନ୍ଦିର ନିକଟରେ ଅସଦାଚରଣ ମାମଲା, ନ୍ୟାୟିକ ବ୍ୟବସ୍ଥାକୁ ବିଦେଶିନୀଙ୍କ ପ୍ରଶଂସା
Also Read- ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...