ଲିଙ୍ଗରାଜ ମନ୍ଦିର ନିକଟରେ ଅସଦାଚରଣ ମାମଲା, ନ୍ୟାୟିକ ବ୍ୟବସ୍ଥାକୁ ବିଦେଶିନୀଙ୍କ ପ୍ରଶଂସା
Advertisement
Article Detail0/zeeodisha/odisha2131508

ଲିଙ୍ଗରାଜ ମନ୍ଦିର ନିକଟରେ ଅସଦାଚରଣ ମାମଲା, ନ୍ୟାୟିକ ବ୍ୟବସ୍ଥାକୁ ବିଦେଶିନୀଙ୍କ ପ୍ରଶଂସା

 ୪ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଏବଂ ସପ୍ତାହେ ମଧ୍ୟରେ ଘଟଣାର ଶୁଣାଣି ହୋଇଥିବାରୁ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଅସଦାଚରଣର ଶିକାର ହୋଇଥିବା ଯୁବତୀ ।

ଲିଙ୍ଗରାଜ ମନ୍ଦିର ନିକଟରେ ଅସଦାଚରଣ ମାମଲା, ନ୍ୟାୟିକ ବ୍ୟବସ୍ଥାକୁ ବିଦେଶିନୀଙ୍କ ପ୍ରଶଂସା

ଭୁବନେଶ୍ୱର: ଜଣେ ସ୍ୱିଡେନ ଯୁବତୀ ଲିଙ୍ଗରାଜ ମନ୍ଦିର ବୁଲି ଆସିଥିବା ସମୟରେ ଅସଦାଚରଣର ଶିକାର ହୋଇଥିଲେ । ୪ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ଏବଂ ସପ୍ତାହେ ମଧ୍ୟରେ ଘଟଣାର ଶୁଣାଣି ହୋଇଥିବାରୁ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ଅସଦାଚରଣର ଶିକାର ହୋଇଥିବା ଯୁବତୀ । ସିଆରପିସି ଧାରା ୧୬୪ ଅନୁସାରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି ୱାନ୍ କୋର୍ଟରେ ଶୁଣାଣି ଶେଷ କାର୍ଯ୍ୟ ଶେଷ ହୋଇଛି । ଆଜି ସନ୍ଧ୍ୟାରେ ସ୍ୱିଡେନକୁ ଯୁବତୀ ଜଣକ ଫେରିଥିବା ଖବର ମିଳିଛି ।

ସୂଚନାଯୋଗ୍ୟ, ଫେବୃଆରୀ ୧୯ ତାରିଖରେ ଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ମହିଳା ପର୍ଯ୍ୟଟକଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଥିଲା । ପର୍ଯ୍ୟଟକ ଜଣକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସି ବିଭିନ୍ନ ସ୍ଥାନ ବୁଲି ଦେଖୁଥିବା ସମୟରେ ସେବାୟତ କୁଣ୍ଡୁ ମହାପାତ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା । ମନ୍ଦିର ସମ୍ପର୍କରେ ବିଶେଷ ତଥ୍ୟ ଜଣାଇବା କହି ସେବାୟତ ମହିଳା ପର୍ଯ୍ୟଟକଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ସେଠାରେ ବାହାନା କରି ପର୍ଯ୍ୟଟକଙ୍କ ସହ ଅସଦାଚରଣ କରିଥିଲେ । ତେବେ ମହିଳା ପର୍ଯ୍ୟଟକ ଏହାର ପ୍ରତିବାଦ କରିବା ପରେ ସେବାୟତ ତାଙ୍କୁ ଏହା ଆମର ସଂସ୍କୃତି ଏବଂ ପରମ୍ପରା ବୋଲି କହିଥିଲେ ।

ପର୍ଯ୍ୟଟକ ଜଣକ ସେଠାରୁ ଫେରି ସ୍ଥାନୀୟ ଲିଙ୍ଗରାଜ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ସହ ସେବାୟତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅଭିଯୋଗ ପରେ ପୋଲିସ ତୁରନ୍ତ ଘଟଣାରେ ହସ୍ତକ୍ଷପ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରିଥିଲା । ଘଟଣା ବାବଦରେ ସେବାୟତ ସଂଘ ଏବଂ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଥିଲେ । ଅନ୍ୟପଟେ ଗିରଫ ହୋଇଥିବା ସେବାୟତଙ୍କ ନାମରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଥିବା ଜଣାପଡିଛି ।

Also Read- ଗର୍ଭ ଯନ୍ତ୍ରଣାରେ ରାସ୍ତାକଡରେ ଛଟପଟ ହେଉଥିଲେ ମହିଳା, ଜଣେ ନର୍ସଙ୍କ ଦୃଷ୍ଟି ପଡିବା ପରେ...

Also Read- OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୫୬ ଅଫିସରଙ୍କୁ ବଦଳି