Odisha News: ପ୍ରଥମଥର ପାଇଁ ଭାରତୀୟ ଜନସଂଚାର ସଂସ୍ଥାନରେ ଚଳିତବର୍ଷଠାରୁ ଆରମ୍ଭ ହୋଇଛି ଡିଗ୍ରୀ ପାଠ୍ୟକ୍ରମର ଦୁଇଟି ପାଠ୍ୟକ୍ରମ। ପ୍ରତିଟି ପାଠ୍ୟକ୍ରମ ଲାଗି ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ ବୋଲି ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ସଂସ୍ଥାନର ଉପ ପଞ୍ଜିକାର ଆଶୀଷ କୁମାର ସିଂହ। 
ଭାରତୀୟ ଜନସଂଚାର ସଂସ୍ଥାନ ପ୍ରତିଷ୍ଠା ହେବା ଦିନଠାରୁ ଅର୍ଥାତ୍‍ ୧୯୬୫ ମସିହାରୁ ଆଇଆଇଏମ୍‍ସି ନିରନ୍ତର ଭାବେ ଦେଶରେ ସାମ୍ବାଦିକତା ପାଠ୍ୟକ୍ରମ ପ୍ରଦାନ କରିଆସୁଛି।  ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ପ୍ରଫେସନାଲ୍‍ଙ୍କୁ ସୃଷ୍ଟି କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ରହି ଆସିଛି। ଏବେ ସାରା ଦେଶର ୫ଟି ଅନ୍ୟ ପ୍ରାନ୍ତରେ ନିଜର ଶାଖା ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛି। ଏସମସ୍ତ ପାଠ୍ୟକ୍ରମ ପିଜି ଡିପ୍ଲୋମା ପାଠ୍ୟକ୍ରମ ରହିଥିଲା। କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷଠାରୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। 


COMMERCIAL BREAK
SCROLL TO CONTINUE READING


ଏହି ଦୁଇଟି ଡିଗ୍ରୀ ବା ସ୍ନାତୋକତ୍ତର ପାଠ୍ୟକ୍ରମ ହେଉଛି ଏମ୍‍ଏ ଇନ ମିଡିଆ ବିଜନେସ୍‍ ଷ୍ଟଡିଜ୍‍ ଏବଂ ଏମ୍‍ଏ ଇନ୍‍ ଷ୍ଟ୍ରାଟେଜିକ୍‍ କମ୍ୟୁନିକେସନ୍‍। ଏହି ଦୁଇ ପାଠ୍ୟକ୍ରମ ବିଭିନ୍ନ ମିଡିଆ ସଂସ୍ଥାନର ଶୀର୍ଷ ନେତୃତ୍ୱ ଲାଗି ଉଦ୍ଦିଷ୍ଟ। ୨୦୨୪-୨୫ ଶିକ୍ଷା ବର୍ଷଠାରୁ ଏହି ଦୁଇବର୍ଷିଆ ପାଠ୍ୟକ ଆରମ୍ଭ ହେବ। କେବଳ ଦିଲ୍ଲୀ କ୍ୟାମ୍ପସରେ ଏହି ପାଠ୍ୟକ୍ରମ ପଢ଼ାଯିବାର ବ୍ୟବସ୍ଥା କରାଯାଇଛି।